Take a fresh look at your lifestyle.

ଯୋରନ୍ଦା ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

0 21

ଯୋରନ୍ଦା : ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଆଜି ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ମନୋଜ ମଞ୍ଜରୀ ଲେଙ୍କା ଯୋଗ ଦେଇ ପ୍ରଦ୍ୱପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ବିଦ୍ୟାଳୟ ସଂପାଦକ ଜନ୍ମାଷ୍ଟମୀ ପାଳନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସଭାପତି ନିର୍ମଳ କୁମାର ରାଉତ, କୋଷାଧ୍ୟକ୍ଷ ରଞ୍ଜନ କୁମାର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

ଏହି ଅବସରରେ ୯୦ଜଣ ଛାତ୍ରଛାତ୍ରୀ ରାଧା କ୍ରୃଷ୍ଣ ବେଶ ହୋଇ ଶୋଭାଯାତ୍ରାରେ ଯୋରନ୍ଦା ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଯାଇ ପୂଜାର୍ଚ୍ଚନା କରିଥିଲେ । ଛାତ୍ରଛାତ୍ରୀ ଅଭିଭାବକ ଓ ଗୁରୁଜୀ ଗୁରୁମା ମାନେ ଶୋଭାଯାତ୍ରାରେ ଯାଇ ବଜାର ପ୍ରଦର୍ଶିତ କରିଥିଲେ ।

- Advertisement -

Leave A Reply

Your email address will not be published.