Take a fresh look at your lifestyle.

ରାଜ୍ୟସ୍ତରୀୟ ମେଘ ଉତ୍ସବ ଉଦଘାଟିତ

0 17

Get real time updates directly on you device, subscribe now.

ଢେଙ୍କାନାଳ : ଆଜି ସନ୍ଧ୍ୟାରେ ଢେଙ୍କାନାଳସ୍ଥିତ ଗୋପବନ୍ଧୁ ଟାଉନ ହଲ ରେ ରାଜ୍ୟ ସ୍ତରୀୟ ମେଘ ଉତ୍ସବ 2023 ଉଦଘାଟିତ ହେଇଯାଇଛି l ଉଦଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରାଜସ୍ବ ଓ ପ୍ରାକୃତିକ ବିପର୍ଯୟ ପ୍ରସମନ, ଜଙ୍ଗଲ ଓ ପରିବେଶ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶାର ଅତିରିକ୍ତ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ , ବରେଣ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧକ୍ଷ ଶ୍ରୀ ସରୋଜ କୁମାର ସେଠୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶାର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ଦାସ,ଓଡିଶା ସଂଗୀତ ନାଟକ ଏକାଡେମୀର ଉପସଭାପତି ଶ୍ରୀ ମନ୍ମଥ କୁମାର ଶତପଥୀ ଯୋଗ ଦେଇଥିଲେ l

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିଗଣ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ଏହାପରେ ଗୁରୁ ଗଜେନ୍ଦ୍ର ପଣ୍ଡା ଏବଂ ତାଙ୍କ ସାଥୀମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା l ପରେ ପରେ ହର ପାର୍ବତୀ ନାଟ୍ୟ ଅନୁଷ୍ଠାନ ଦ୍ୱାରା ଲୋକନାଟ୍ୟ ଏବଂ ଦଣ୍ଡନାଚ ପରିବେଷଣ କରାଯାଇଥିଲା l ଏବଂ ଶେଷରେ ଶଶାଙ୍କ ଶେଖର ଏବଂ ସାଥୀ ମାନଙ୍କ ଦ୍ୱାରା ସୁଗମ ସଂଗୀତ ପରିବେଷଣ କରାଯାଇଥିଲା l

ଏହି ଉତ୍ସବଟି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ଅନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ଭୁବନେଶ୍ୱର ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ, ଢେଙ୍କାନାଳର ମିଳିତ ସହଯୋଗରେ ଆୟୋଜିତ ହେଇଛି l ଏହି ଉତ୍ସବ ଟି 19 ଏବଂ 20 ଅଗଷ୍ଠ ଦୁଇଦିନ ଧରି ଗୋପବନ୍ଧୁ ଟାଉନ ହଲ ରେ ଚାଲିବ l କାର୍ଯ୍ୟକ୍ରମରେ ରାଜ୍ୟ ତଥା ଜିଲ୍ଲାର ଅନେକ କଳାପ୍ରେମୀ ଯୋଗଦେଇ କଳାକାରଙ୍କ ଦ୍ୱାରା ପରିବେଷିତ ନୃତ୍ୟ ତଥା ସଂଗୀତକୁ ଉପଭୋଗ କରିଥିଲେ l

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.