Take a fresh look at your lifestyle.

ସୁରେଶ ମିଶ୍ର ବେଲଟିକିରି କଲେଜ୍ ର ନୂତନ ଅଧ୍ୟକ୍ଷ

0 52

Get real time updates directly on you device, subscribe now.

ଢେଙ୍କାନାଳ : ସଦର ବ୍ଲକ୍ ଅନ୍ତର୍ଗତ ବେଲଟିକିରି ଠାରେ ଥିବା ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ଅଧ୍ୟାପକ ସୁରେଶ ପ୍ରସାଦ ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି ।

ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିଦେ୍ର୍ଦଶକଙ୍କ ୭.୮.୨୩ ପତ୍ର ସଂଖ୍ୟା ୪ଏ-୧୫୪-୨୦୧୯-ଓଠ ୮୪୫୪ ଅନୁଯାୟୀ ଶ୍ରୀ ମିଶ୍ର ବିଦାୟୀ ଅଧ୍ୟକ୍ଷ ଦିଲ୍ଲୀପ କୁମାର ପରିଡାଙ୍କ ଠାରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ପରିଚାଳନା ପରିଷଦର ସଂପାଦକ ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ଅବସରରେ ୬୬୨ବର୍ଗ ଶିକ୍ଷକ ଓ କର୍ମଚାରୀ ସଂଘର ଢେଙ୍କାନାଳ ଜିଲ୍ଲା ସଭାପତି ତଥା ସାନ୍ଧ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ.ସମୀର କୁମାର ସାହୁ ନୂତନ ଅଧ୍ୟକ୍ଷ ଶ୍ରୀ ମିଶ୍ରଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ ।

ଏହି ଅବସରରେ ବିଦାୟୀ ଅଧ୍ୟକ୍ଷଙ୍କ ସମେତ ମହାବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ପ୍ରକାଶଯୋଗ୍ୟ ଯେ, ସୁରେଶ ମିଶ୍ର ଓଡ଼ିଆ ଭାଷା ସାହିତ୍ୟର ଜଣେ ପ୍ରବୀଣ ଅଧ୍ୟାପକ ଓ ଆଗଧାଡିର କବି ଭାବେ ରାଜ୍ୟ ରେ ପରିଚିତ ରହିଛି । ଶ୍ରୀ ମିଶ୍ରଙ୍କର ବର୍ତମାନ ସୁଦ୍ଧା ୪ଟି କବିତା ସଂକଳନ ଓ ତାଙ୍କ ସଂପାଦନାରେ ୨ଟି ପ୍ରବନ୍ଧ ପୁସ୍ତକ ପ୍ରକାଶିତ ହୋଇ ସାରିଛି ।

ଏତଦବ୍ୟତୀତ ସେ ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ ସାମୟିକ ଘୋଷକ ମଧ୍ୟ । ଦାୟିତ୍ୱ ଗ୍ରହଣ ପରେ ମହାବିଦ୍ୟାଳୟର ବିକାଶ ଓ ଶୈକ୍ଷିକ ବାତାବରଣକୁ ଅଧିକ ତ୍ୱରାନ୍ୱିତ କରିବେ ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.