Take a fresh look at your lifestyle.

ମହିମା ମହାବିଦ୍ୟାଳୟରେ “ମେରି ମାଟି ମେରା ଦେଶ” କାର୍ଯ୍ୟକ୍ରମ

0 67

Get real time updates directly on you device, subscribe now.

ଢେଙ୍କାନାଳ : ମହିମାଗାଦିସ୍ଥିତ ମହିମା ମହାବିଦ୍ୟାଳୟରେ ଅଗଷ୍ଟ ୦୯ ଓ ୧୦ ଦୀର୍ଘ ଦୁଇ ଦିନ ଧରି ଜାତୀୟ ସେବା ଯୋଜନାଦ୍ଵାରା ସ୍ବାଧିନତାର ୭୫ ତମ ଅମୃତ ମହୋତ୍ସବ ଉପଲକ୍ଷେ “ମେରି ମାଟି ମେରା ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।

ଉକ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଭରପ୍ରାପ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ଦାସ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପରିସର ମଧ୍ୟରେ ୮୦ ଗୋଟି ଚାରା ଗଛ ରୋପଣ ସହ, ସ୍ଵେଚ୍ଛାସେବୀମାନେ ମାଟି ଛୁଇଁ ଦେଶ ପ୍ରତି ନିଜର କର୍ତ୍ତବ୍ୟ ସମ୍ପର୍କରେ ସଚେତନ ହୋଇ ଦେଶର ଉନ୍ନତି ପାଇଁ ଶପଥ ପାଠ କରିଥିଲେ ।

ଅଧ୍ୟକ୍ଷ ଦାସ ମହୋଦୟ ସ୍ଵେଚ୍ଛାସେବୀ ଓ ଛାତ୍ରଛାତ୍ରୀଙ୍କୁ ଗଛ ଲଗାଇବାର ଗୁରୁତ୍ଵ, ଦେଶ ପ୍ରତି ଛାତ୍ର ସମାଜର କର୍ତ୍ତବ୍ୟ ଓ ମାଟି ମା’ର ମହତ୍ତ୍ବ ସମ୍ପର୍କରେ ନିଜର ବହୁମୂଲ୍ୟ ଉପଦେଶ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପିକା ବିଷ୍ଣପ୍ରିୟା ମହାପାତ୍ର, ଅଧ୍ୟାପିକା ସନ୍ଧ୍ୟାରଣୀ ବେହେରା, ଅଧ୍ୟାପିକା ସନ୍ଦିପ୍ତା ଶୁଭଦର୍ଶନୀ, ଅଧ୍ୟାପକ ସୀମନ୍ତ ବେହେରା, ଅଧ୍ୟାପକ କାମାକ୍ଷା ବେହେରା ପ୍ରମୁଖ ଏବଂ ଜାତୀୟ ସେବା ଯୋଜନାର ସମସ୍ତ ସ୍ଵେଚ୍ଛାସେବୀ ଯୋଗଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଧ୍ୟାପିକା ଗୀତାଞ୍ଜଳି ସାହୁ ପରିଚାଳନା କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.