Take a fresh look at your lifestyle.

ବିଜୁ ଯୁବ ଜନତା ଦଳର ଏନ୍.ଏ.ସି ଓ ମୁନିସିପାଲିଟି ର କାର୍ଯ୍ୟକର୍ତାଙ୍କ ନାମ ଘୋଷଣା

0 4

Get real time updates directly on you device, subscribe now.

ଢେଙ୍କାନାଳ: ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଙ୍କ ଅନୁମୋଦନ କ୍ରମେ ଦଳର ଛାମୁଆ ଯୁବ ସଂଗଠନକୁ ସୁଦୃଢ ଓ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ବିଜୁ ଜନତା ଦଳର ଢେଙ୍କାନାଳ ଜିଲ୍ଲାର ୪ ଗୋଟି ଏନ୍.ଏ.ସି ଓ ମୁନିସିପାଲିଟି ରେ ନୂତନ କାର୍ଯ୍ୟକର୍ତାଙ୍କ ନାମ ଘୋଷଣା କରାଯାଇଛି ।

କାମାକ୍ଷାନଗର ଏନ୍.ଏ.ସି. ଯୁବ ବିଜେଡି ସଭାପତି ସମ୍ବିତ୍ ସୂର୍ଯ୍ୟ ସାହୁ, ଡିଜିଟାଲ୍ ସେକ୍ରେଟାରୀ ଭାବେ ଶୁଭ୍ରାଂଶୁ ଶେଖର ସାହୁ, ଢେଙ୍କାନାଳ ମୁ୍ୟନିସିପାଲିଟି ଯୁବ ବିଜେଡି ସଭାପତି ଭାବେ ବ୍ରହ୍ମାନନ୍ଦ ସାହୁ, ଡିଜିଟାଲ୍ ସେକ୍ରେଟାରୀ ଶିଲୁ ସାହୁ, ହିନେ୍ଦାଳ ଏନ୍.ଏ.ସି. ବିଜେଡି ଯୁବ ସଭାପତି ରୁଦ୍ର ନାରାୟଣ ପ୍ରସାଦ ଦାସ, ଡିଜିଟାଲ୍ ସେକ୍ରେଟାରୀ ସୌଭାଗ୍ୟ ରଞ୍ଜନ ଦାସ, ଭୁବନ ଏନ୍.ଏ.ସି. ବିଜେଡି ଯୁବ ସଭାପତି ଭାବେ ସନ୍ଦୀପ କୁମାର ପୃଷ୍ଟି ଓ ଡିଜିଟାଲ୍ ସେକ୍ରେଟାରୀ ଭାବେ ଶିବୁ ବାରିକଙ୍କ ସହିତ ଏହି କମିଟିରେ ଜିଲ୍ଲାରେ ଥିବା ଏନ୍.ଏ.ସି. ଓ ମୁ୍ୟନିସିପାଲିଟିର ୱାର୍ଡସ୍ତରୀୟ କର୍ମକର୍ତାମାନଙ୍କୁ ଚୟନ କରାଯାଇଛି ବୋଲି ଜିଲ୍ଲା ବିଜୁ ଜନତା ଦଳ ସଭାପତି ଧର୍ମାନନ୍ଦ ପରିଡ଼ା ଏକ ପ୍ରେସ ବିଜ୍ଞପ୍ତି ରେ ଜଣାଇଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.