Take a fresh look at your lifestyle.

ଡଉଁରୀ ନାଳ ବନ୍ୟାରେ ବହୁ ଚାଷଜମି ଜଳମଗ୍ନ

0 5

Get real time updates directly on you device, subscribe now.

ଢେଙ୍କାନାଳ : ଲଘୁଚାପ ଜନିତ ପ୍ରବଳ ବର୍ଷା ରେ ଯୋରନ୍ଦା ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବ୍ରାହ୍ଣଣୀ ନଦୀରେ ମିଶିଥିବା ଡଉଁରୀ ନାଳରେ ପ୍ରଥମ କରି ବନ୍ୟା ଆସି ବ୍ୟାପକ କ୍ଷୟକ୍ଷତି କରିଛି । ବନ୍ୟାଜଳରେ ବହୁଚାଷ ଜମି ଜଳମଗ୍ନ ହୋଇଛି ।

ବାଇଁସିଆ- କଙ୍କା ଗ୍ରାମ କୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ରାସ୍ତା ଉପରେ ବନ୍ୟାପାଣି ଯାଇ ଦୁଇ ଗାଁ କୁ ଯୋଗାଯୋଗ ବିଛିନ୍ନ ହୋଇଛି । ପ୍ରକାଶ ଯେ, ଗତ ସୋମବାର ଠାରୁ ପ୍ରାୟ ୩ ଦିନ ପ୍ରବଳ ବର୍ଷା ଯୋଗୁଁ ଢେଙ୍କାନାଳ ଜିଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ସଦର ବ୍ଲକ ଏବଂ ଗଁଦିଆ ବ୍ଲକ ରେ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି ।

ଗଁଦିଆ ବ୍ଲକର ଡଉଁରୀ ନାଳରେ ଅଧିକ ବର୍ଷା ହେବା ଯୋଗୁଁ ବନ୍ୟାଜଳ ପ୍ରବେଶ କରି ଯୋରନ୍ଦା, ଖଙ୍କର, ଆମ୍ବବାହାଳୀ, କଙ୍କା, କାଠପାଳ, ବାଇଁସିଆ, ବଲ୍ଲବ, ମକୁନ୍ଦପୁର, ଗୋରଡାପାଳ,ରାଇପାଳ, ଆମ୍ବପଡା, କରମୂଳ, ଭାଲିଆକଣ, ହାତିବାରୀ, ନବଲିଙ୍ଗା ଗାଁର ହଜାର ହଜାର ଚାଷ ଜମୀ ଜଳମଗ୍ନ ହୋଇ ରହିଛି । ଏହି ଗାଁ ଗୁଡିକ ପୂର୍ବରୁ ପାଣି ଘେର ଭିତରେ ରହିଆସୁଥିଲା ।

ସେହିପରି ସଦର ବ୍ଲକର ବଡଯୋରାନାଳ ଉଛୁଳି ପଡିବାରୁ ଉଭୟ ପାଶ୍ୱର୍ ରେ ଥବବା ରାଧାଦେଇପୁର ବଣସିଂହ, ଚାଉଳିଆ, ନୂଆଗାଁ, ତରଭା,ସାଙ୍କୁଲେଇ, ସୁଆଖାଇକାଟେଣୀଗାଁର ଶହଶହ ଏକର ଚାଷ ଜମି ଜଳମଗ୍ନ ହୋଇ ରହିଛି ।

ଚଳିତ ଖରିଫ ଋତୁରେ ବର୍ଷା ଅଭାବ ଯୋଗୁ ଁ ଲୋକ ମାନେ ବିଳମ୍ବରେ ଗତ ୧୫ ଦିନ ହବ ଧାନ ତଳି ରୁଆରୋଇ କାମ ଆରମ୍ଭ କରିଥିଲେ, ମାତ୍ର ବନ୍ୟା ପାଣି ଛାଡୁ ନଥିବାରୁ ଗଚ ପଚି ଯିବାର ଆଶଙ୍କା ଦେଖା ଦେଇଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.