Take a fresh look at your lifestyle.

ପହିଲି ମେଘ

କାମାକ୍ଷା ପ୍ରସାଦ ବେହେରା, ଇନ୍ଦିପୁର, ଢେଙ୍କାନାଳ

0 2

Get real time updates directly on you device, subscribe now.

ଟାଇଁ ଟାଇଁ ଖରା ଦେହ ଭୋଗିବାରୁ
ବିଦ୍ୟାଳୟ ଛୁଟି ବଢେ,
ବର୍ଷା ଆସିବାରୁ ତାତି କମିଗଲା
ମେଘ ଝିପିଝିପି ପଡେ ।
କାଳ ବଇଶାଖି ବାତ୍ୟା ଲଘୁଚାପ
ଅବା ହେଉ ମଉସୁମୀ,
ହିମ କରିଦିଏ ସାରା ପୃଥିବୀକୁ
ତୃଣ ନାଚେ ଝୁମି ଝୁମି ।
ପ୍ରତି ବର୍ଷ ରଜ ପରେ ବର୍ଷା ଆସେ
ଚାଷ ବେଉଷଣ ପାଇଁ,
ରଥ ଗଡ଼ିଗଲେ ଗଛ ନ ଉଠିବ
ଓଡ଼ିଆଣୀ ଭାବୁଥାଇ ।
କଲେଇ ଉଡ଼ନ୍ତି ଆଲୋକ ଆଗରେ
ବିଛା, ସରୀସୃପ କେତେ,
ବର୍ଷା ଋତୁ ହେଲେ ପଦାରେ ବୁଲନ୍ତି
ସାବଧାନ ଯିବ ପଥେ ।
ମଞ୍ଜି ଫାଟି ଗଜା ବାହାରିବା ପାଇଁ
ମାଟି ଗୁଳୁଗୁଳି ଖୋଜେ,
ଚାଷ ବେଉଷଣେ କ୍ଷେତ ବଦଳଇ
ବିଦ୍ୟାର୍ଥୀ ବିଦ୍ୟାରେ ଼ହଜେ ।
ପହିଲି ମେଘରେ ସକଳ ପାଆନ୍ତି
ଗ୍ରୀଷ୍ମ – ବର୍ଷା ଅନୁଭୁତି,
ପ୍ରତି ପହିଲି ଟା ଆନନ୍ଦ ଲାଗଇ
ମନେପଡେ କେତେ ସ୍ମୃତି । 

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.