Take a fresh look at your lifestyle.

ଢେଙ୍କାନାଳ ଟାଉନ୍ ପ୍ଲାନିଙ୍ଗ୍ ଅଂଚଳରେ ଡ୍ରେନ୍ ସମସ୍ୟା

0 6

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ଟାଉନ୍ ପ୍ଲାନିଙ୍ଗ୍ ଅଂଚଳରେ ବର୍ଷା ହେଲେ ସମସ୍ୟା ବଢିଯାଉଛି । ଅଂଚଳରେ ବାସ କରୁଥିବା ଲୋକମାନଙ୍କ ଘରେ ଡ୍ରେନ୍ ପାଣି ପଶିଯାଉଛି । ଏହି ସମସ୍ୟା ୧୫ ରୁ ୨୦ ବର୍ଷ ଧରି ଲାଗି ରହିଛି ।

ପୌରପରିଷଦକୁ ବାରମ୍ବାର ଜଣାଇଲେ ସୁଧା ଏହାର ସମାଧାନ କରୁନାହାଁନ୍ତି । ଏ ବିଷୟରେ ଟାଉନ୍ ପ୍ଲାନିଙ୍ଗ୍ ଅଂଚଳର ସଭାପତି ସରୋଜ କୁମାର ପରିଡା, ଉପଦେଷ୍ଟା ଭ୍ରମରବର ଦଳାଇ, ଶାରଦା ପ୍ରସନ୍ନ ଦାଶ ଏବଂ ସଭ୍ୟ ବାହାଦୁର ପାଟ୍ଟସାହାଣୀ ପ୍ରମୁଖ ଏ ସମସ୍ୟାର ସମାଧାନ ପାଇଁ ଆଜି ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଉଦୟ ନାଥ ମହାପାତ୍ରଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।

ଏହି ସମସ୍ୟା ଶୀଘ୍ର ସମାଧାନ ନହେଲେ ରାସ୍ତା ଅବରୋଧ କରିବେ ବୋଲି ଅଂଚଳବାସୀ ପ୍ରକାଶ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.