Take a fresh look at your lifestyle.

କାଦୁଆ ମହିମାଶ୍ରମରେ ବନମହୋତ୍ସବ

0 4

Get real time updates directly on you device, subscribe now.

ଢେଙ୍କାନାଳ: ସଦର ବ୍ଲକ୍ ନାଗିଆପଶି ପଂଚାୟତର କାଦୁଆ ଗ୍ରାମସ୍ଥିତ ମହିମା ଆଶ୍ରମରେ କପିଳାସ ବନାଂଚଳ ଆନୁକୂଲ୍ୟରେ ଚଳିତ ବର୍ଷର ବନମହୋତ୍ସବ ଜୁଲାଇ ୧ ତାରିଖ ଶନିବାର ମଧ୍ୟାହ୍ନରେ ପାଳିତ ହୋଇଯାଇଅଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୁମିତ୍ କର ଯୋଗଦେଇ ବୃକ୍ଷ ହିଁ ମାନବ ସଭ୍ୟତାର ପ୍ରତୀକ ବୋଲି ମତବ୍ୟକ୍ତ କରିଥିଲେ । ମାନବ ସଭ୍ୟତା ଆରମ୍ଭ ପୂର୍ବରୁ ବୃକ୍ଷ ଥିଲେ ଏବଂ ଆଗକୁ ବି ରହିବେ ବୋଲି ଶ୍ରୀ କର କହିଥିଲେ ।

ମନୁଷ୍ୟ ସମାଜ ତିଷ୍ଠିବା ପାଇଁ ବୃକ୍ଷର ଆବଶ୍ୟକତା ଅପରିହାର୍ଯ୍ୟ । ଜିଲ୍ଲାର ୮ଟିଯାକ ବନାଂଚଳରେ ବାଡିବଗିଚା ଓ ଘରେ ରୋପଣ ପାଇଁ ମାଗଣା ଚାରା ବନବିଭାଗ ପକ୍ଷରୁ ଉପଲବ୍ଧ କରାଯାଉଛି ।

ଜନସାଧାରଣ ଏହାର ସୁଯୋଗ ନେବାକୁ ସେ ଅନୁରୋଧ କରିଥିଲେ । ବୃକ୍ଷମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ବନ୍ଧ ଥିବା ବିଜ୍ଞାନ ସମ୍ମତ ଭାବେ ପ୍ରମାଣିତ । ଆଜି ସମୟରେ ସୁଦ୍ଧ ଅମ୍ଲଜାନ ପାଇଁ ବଡ ବଡ କର୍ପୋରେଟ୍ ସଂସ୍ଥା ଘଂଚ ଜଙ୍ଗଲ ମଧ୍ୟରେ ଯାଇ ନିଜର ବୈଠକ ଆୟୋଜନ କରୁଛନ୍ତି ।

ସମ୍ମାନିତ ଅତିଥି ଭାବେ ପରିବେଶବିତ୍ ପ୍ରଦୁ୍ୟମ୍ନ ରଥ ଯୋଗଦେଇ ଉକ୍ରଳୀୟ ଜଗନ୍ନାଥ ସଂସ୍କୃତିରେ ବୃକ୍ଷର ମହତ୍ୱ ଓ ଉପଦେୟତା ସଂପର୍କରେ ସୂଚନା ଦେଇଥିଲେ । ବିଶ୍ୱ ତାପନ ହ୍ରାସ ସହ ମୃତିକା ସଂରକ୍ଷଣ ଓ ଜଳ ସଂରକ୍ଷଣରେ ବୃକ୍ଷରାଜିର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ।

ଏଣୁ ପ୍ରଚୁର ଚାରା ରୋପଣ ଓ ଏହାର ଉପଯୁକ୍ତ ସୁରକ୍ଷା ହିଁ ଆଜି ସମୟର ମହତ୍ୱପୂର୍ଣ୍ଣ ଆବଶ୍ୟକତା ବୋଲି ଶ୍ରୀ ରଥ କହିଥିଲେ । ମୁଖ୍ୟବକ୍ତା ସମାଜସେବୀ ରାଜୀବ ଲୋଚନ ସିଂହଦେଓ ପରିବେଶ ସୁରକ୍ଷାରେ ବୃକ୍ଷର ଅବଦାନ ଅତୁଳନୀୟ ବୋଲି କହିଥିଲେ । ପୂର୍ବ ଢେଙ୍କାନାଳ ଗଡଜାତର ଜଙ୍ଗଲ ଆଇନ୍ ସଂପର୍କରେ ସେ ସୂଚନା ଦେଇଥିଲେ ।

ସଭାରେ ଅଧ୍ୟକ୍ଷତା କରି ଶ୍ରୀମଦ୍ ରଘୁନାଥ ବାବା ବୃକ୍ଷ ହିଁ ଜୀବନ ଏବଂ ବୃକ୍ଷ ବିନା ଆମ ସମସ୍ତଙ୍କର ସ୍ଥିତି ଅସମ୍ଭବ ବୋଲି କହିଥିଲେ । ମହିମାଧର୍ମ ସର୍ବଦା ପରିବେଶ ସୁରକ୍ଷା ସହ ଜଡିତ ବୋଲି ସେ କହିଥିଲେ । ଶ୍ରୀକାନ୍ତ ଚିନରା ସଭା ସଂଯୋଜନା କରିଥିବାବେଳେ ନାଗିଆପଶି ସରପଂଚ କୃଷ୍ଣଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ କପିଳାସ ରେଞ୍ଜର ତରୁଣ କୁମାର ମହାନ୍ତିଙ୍କ ନେତୃତ୍ୱରେ ବନ କର୍ମଚାରୀଗଣ ଆଶ୍ରମ ପରିସରରେ ଆମ୍ବ, ପଣସ, ଜାମୁ, କରଞ୍ଜ, ଅର୍ଜୁନ, ନିମ୍ବ, ହରିଡା, ବାହାଡା ଓ ଅଁଳା ଆଦି ୫୦ରୁ ଉଦ୍ଧ୍ୱର୍ ଚାରା ରୋପଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.