Take a fresh look at your lifestyle.

ହାତୀ ଆକ୍ରମଣରେ ମୃତ୍ୟୁ

0 6

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ବନଖଣ୍ଡ ଅନ୍ତର୍ଗତ ଯୋରନ୍ଦା ସେକ୍ସନ ଅନ୍ତର୍ଗତ ସୋଗରପଶି ପଞ୍ଚାୟତର ପାରିଖେଦା ଗ୍ରାମର ଚନ୍ଦନ ନାଏକ ଯୁବକ ବୟସ ୨୬ ବର୍ଷ ସାଇକେଲ ରେ ଯାଉଥିବା ସମୟରେ ସକାଳ 8 ଘଟିକା ସମୟରେ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି l

ତାଙ୍କୁ ସ୍ଥାନୀୟ ଅଟୋ ଯୋଗେ ଢେଙ୍କାନାଳ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ବାରମ୍ବାର ହାତୀ ଆକ୍ରମଣ ଯୋଗୁ ଗ୍ରାମବାସୀ ଭୟଭୀତ ଅଛିନ୍ତି l ଦିନକୁ ଦିନ ହାତୀ ଉପଦ୍ରବ ଅଞ୍ଚଳରେ ବଢିବା ରେ ଲାଗିଛି ଓ ଏହା ଚିନ୍ତାର ବିଷୟ ପାଲଟିଛି।

ବନବିଭାଗଙ୍କୁ ଅନୁରୋଧ କରୁଛନ୍ତି ଅଞ୍ଚଳବାସୀ ୨୪ ଘଣ୍ଟିଆ ପେଟ୍ରୋଲିଂ ବ୍ୟବସ୍ଥା କରିବା ସହ ତୁରନ୍ତ ନରହନ୍ତା ହାତୀକୁ କାବୁକରୀ କପିଳାସ ହାତୀ ଉଦ୍ଧାର କାରି କେନ୍ଦ୍ରରେ ରଖିବାପାଇଁ ଦାବୀ ହୋଇଛି l

ଏହାକୁ ତୁରନ୍ତ ସମାଧାନ ନକଲେ ଆଗାମୀ ଦିନରେ ସହ ସହ ଚାଷୀ ଭାଇ ମାନଙ୍କ ସହ ଜିଲ୍ଲାପାଳ ଓ ବନଖଣ୍ଡ DFO କାର୍ଯ୍ୟାଳୟ ଘେରାଉ କରିବାପାଇଁ ନିଷ୍ପତି ନେଇଛନ୍ତି l

ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଏଠାରୁ ହାତୀ ମାନଙ୍କୁ ଘଉଡ଼ାଇବାକୁ ପଦେକ୍ଷପ ନେବାକୁ ଗ୍ରାମବାସୀ ଦାବୀ କରିଛନ୍ତି l

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.