Take a fresh look at your lifestyle.

ରାଜମିସ୍ତ୍ରୀ ମାନଙ୍କର ଏକ ଦିବସୀୟ ତାଲିମ ଶିବିର

0 1

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ , ସପ୍ତଶଯ୍ୟା ଓ ଚଉଳିଆ ଗ୍ରାମ ପଞ୍ଚାୟତ ଠାରେ ରାଜମିସ୍ତ୍ରୀ ମାନଙ୍କର ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଛି ।

ୟୁନିସେଫ ସହଯୋଗରେ ଏବଂ ଫିନିସ୍ ସୋସାଇଟିର ଆୟୋଜନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଫିନିସ୍ ସୋସାଇଟିର ପ୍ରକଳ୍ପ ମ୍ୟାନେଜର ସୁଧାକର ଅଗ୍ରୱାଲ ଯୋଗଦେଇ ଥିବା ବେଳେ ଚାଉଳିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ବାବୁଲି ଚନ୍ଦ୍ର ରାଉତ, ସୋଗରପଶି ଗ୍ରାମ ପଞ୍ଚାୟତର ସରପଞ୍ଚ ତପନ କୁମାର ବେହେରା, ରାଧାଦେଇପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ବ୍ଲକ ସଂଯୋଜକ ଭାରତୀ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

ଉକ୍ତ ଶିବିରରେ ଗୋଟିଏ ଖାତ ବିଶିଷ୍ଟ ଶୌଚାଳୟକୁ କିଭଳି ଦୁଇ ଖାତ ବିଶିଷ୍ଟ ଶୌଚାଳୟ କରାଯିବ ସେ ସମ୍ପର୍କରେ ତାଲିମ ଦିଆଯାଇଥିଲା। ଏହି ଶିବିରରେ ଫିନିସ୍ ସୋସାଇଟି ରାଜେନ୍ଦ୍ର ନାୟକ ତାଲିମ ଦେଇଥିବା ବେଳେ ୩୦ ଜଣରୁ ଅଧିକ କୁଶଳୀ ରାଜମିସ୍ତ୍ରୀ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ଫିନିସ୍ ସୋସାଇଟିର ଢେଙ୍କାନାଳ ଜିଲ୍ଲା ସଂଯୋଜକ ସୁଶାନ୍ତ କୁମାର ପାଣି ପରିଚାଳନା କରିଥିବା ବେଳେ ଅନୁଷ୍ଠାନର କର୍ମକର୍ତ୍ତା ବିଜ୍ଞାନ ମହାନ୍ତି, ହୁର୍ଷିକେଶ ମଲିକ, ସୁଚିତ୍ରା ରାଉତ, ପୁନମ୍ ମାନସିଂ ସହଯୋଗ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.