Take a fresh look at your lifestyle.

ସାମନାକୁ ଆସିଲା ଆକାଉଣ୍ଟସ ଯାଞ୍ଚ୍ କମିଟି ରିପୋର୍ଟ

0 8

Get real time updates directly on you device, subscribe now.

 କୋଣାର୍କ  : ନକଲି ରସିଦ୍ ବ୍ୟବହାର କରି ୨୩ଲକ୍ଷ ଲୁଟିଛନ୍ତି ମହିଳା କିରାଣୀବିଭାଗୀୟ ପଦକ୍ଷେପ ପାଇଁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ ପତ୍ର ଲେଖିଲେ କୋଣାର୍କ କଲେଜ ଅଧ୍ୟକ୍ଷକୋଣାର୍କ, କୋଣାର୍କ ଭଗବତୀ ମହାବିଦ୍ୟାଳୟର ପୂର୍ବତନ ମହିଳା କିରାଣୀ ଶିଳାକୀର୍ତ୍ତି ପାତ୍ରଙ୍କ ଅର୍ଥ ହରିଲୁଟ ସଂପର୍କିତ ପ୍ରଥମ ପର୍ଯ୍ୟାୟ ରିପୋର୍ଟ ଲୋକଲୋଚନକୁ ଆସିଛି।

ଶିଳାକୀର୍ତ୍ତି ୨୦୧୭ମସିହାରୁ ୨୦୨୨ମସିହା ଡିସେମ୍ବର ମାସ ମଧ୍ୟରେ ନକଲି ରସିଦ୍ ବ୍ୟବହାର କରି ୨୨ଲକ୍ଷ ୮୭ହଜାର ୩୭୫ଟଙ୍କା ହଡ଼ପ କରିଥିବା ଆକାଉଣ୍ଟସ ଯାଞ୍ଚ୍ କମିଟି କୋଣାର୍କ କଲେଜ୍ ଅଧ୍ୟକ୍ଷଙ୍କୁ ଗତ ୨୮ତାରିଖରେ ରିପୋର୍ଟ ପ୍ରଦାନ କରିଛି । କୋଣାର୍କ କଲେଜ୍ ଅଧ୍ୟକ୍ଷ ଅବତାର ମିଶ୍ର ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କୁ ଗତ ୨୯ ତାରିଖରେ ପତ୍ର ଲେଖି ଶିଳାକୀର୍ତ୍ତିଙ୍କ ଏହି କାରନାମା ସଂପର୍କରେ ଅବଗତ କରିଵା ସହିତ ଶିଳାକୀର୍ତ୍ତିଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିବେଦନ କରିଛନ୍ତି।

ତେବେ ଏତେ ସବୁ ଆର୍ଥିକ ଅନିୟମିତତା ସାମ୍ନାକୁ ଆସିବା ପରେ ଵି କୋଣାର୍କ କଲେଜ୍ ଅଧ୍ୟକ୍ଷ ମିଶ୍ର ଶିଳାକୀର୍ତ୍ତିଙ୍କ ବିରୁଦ୍ଧରେ କୋଣାର୍କ ଥାନାରେ ଏଫ୍ଆଇଆର୍ ନଦେବା କୋଣାର୍କଵାସୀଙ୍କ ମନରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। କଲେଜ୍ ଅଧ୍ୟକ୍ଷ ମିଶ୍ର କାହା ଚାପରେ ପୋଲିସରେ ଅଭିଯୋଗପତ୍ର ଦାଖଲ କରୁନାହାନ୍ତି, ଏନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଆସନ୍ତା ଦୁଇଦିନ ମଧ୍ୟରେ ଶିଳାକୀର୍ତ୍ତିଙ୍କ ବିରୁଦ୍ଧରେ କୋଣାର୍କ ଥାନାରେ ଏଫ୍ଆଇଆର୍ ଦିଆ ନଗଲେ କଲେଜରେ ତାଲା ପକାଇ ରାଜରାସ୍ତାକୁ ଓହ୍ଲାଇଵାକୁ ପୁରାତନ ଛାତ୍ର ସଂଘ ସଭାପତି ହୃଦାନନ୍ଦ ସେଠୀ, ଭାଗିରଥୀ ସ୍ୱାଇଁ, ପୁରାତନ ଛାତ୍ର ତଥା ମାନବାଧିକାର କର୍ମୀ ଏନ୍.ଏ.ଶାହା ଅନସାରୀ ପ୍ରମୁଖ ଗଣମାଧ୍ୟମକୁ କହିଛନ୍ତି।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.