Take a fresh look at your lifestyle.

ଜିଲ୍ଲା ଯୁବମୋର୍ଚ୍ଚା ରାଜ୍ୟକରିଣୀ ବୈଠକ ଢେଙ୍କାନାଳ

0 10

ଢେଙ୍କାନାଳ : ଅଦ୍ୟ ଦିନ ଢେଙ୍କାନାଳ ଜିଲ୍ଲା ବିଜେପି କାଯ୍ୟାଳୟ ଠାରେ ଭାରତୀୟ ଜନତା ଯୁବମୋର୍ଚ୍ଚା ଢେଙ୍କାନାଳ ଜିଲ୍ଲାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମହାଦୀପ ଯଶୋବନ୍ତ ମହିମା ସଭାପତିତ୍ୱ କରିଥିଲେ । ଭାରତ ବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯ବର୍ଷ ସରକାରର ସଫଳତା ଓ ସମସ୍ତ ଜନ କଲ୍ୟାଣକାରୀ ଯୋଜନା ବିଷୟରେ ଆଲୋଚନା କରାଯାଇଥିଲା ।

ଆଗାମୀ ଦିନର ଯୁବୋମୋର୍ଚ୍ଚାର କାଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଯୁବମୋର୍ଚ୍ଚା ର କାଯ୍ୟକର୍ତା ମାନେ ସୋସିଆଲ ମିଡ଼ିଆ ଓ ଘରକୁ ଘର ବୁଲି ଜନ ସଂପର୍କ ଅଭିଯାନ କରିବା ପାଇଁ ସଂକଳ୍ପ ବଦ୍ଧ ହେଲେ । ଉକ୍ତ କାର୍ଯ୍ୟକାରିଣୀ ବୈଠକ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଦୀପକ ଗୋଛାୟତ, ସମ୍ମାନିତ ଅତିଥି ଭାବେ ରାଜ୍ୟ କାଯ୍ୟକାରିଣୀ ସଦସ୍ୟ ଅଞ୍ଜନ ପାଣି ଓ ସତ୍ୟରଞ୍ଜନ ଭୁଇଁଆ, ମୁଖ୍ୟ ବକ୍ତା ଭାବେ ଢେଙ୍କାନାଳ ଲୋକସଭା ବିସ୍ତାରକ ଅମୃତ ସ୍ୱାଇଁ ମଂଚରେ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକାରିଣୀ ରେ ଜିଲ୍ଲା ଯୁବମୋର୍ଚ୍ଚା ର ଦୁଇ ସାଧାରଣ ସମ୍ପାଦକ ରଞ୍ଜିତ ବିଶାଳ ଓ ହରିଶନ୍ଦ୍ର ବେହେରା, ଦୁଇ ପୂର୍ବତନ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅନିବେଶ୍ ଚାନ୍ଦ ଓ ପଦ୍ମଭୂଷଣ ସାହୁ ସମସ୍ତ ଜିଲ୍ଲା ପଦାଧିକାରୀ, କାଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସାଯୋଜକ, ଜିଲ୍ଲାର ସମସ୍ତ ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ଓ ମଣ୍ଡଳ ସାଧାରଣ ସମ୍ପାଦକ ଉପସ୍ଥିତ ଥିଲେ । ପରିଶେଷରେ ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ସଂଜୀବ କୁମାର ପଣ୍ଡା ଧନ୍ୟବାଦ ଦେଇଥିଲେ ।

- Advertisement -

Leave A Reply

Your email address will not be published.