Take a fresh look at your lifestyle.

ଗୁନେଇବିଲି ଉଚ୍ଚ ବିଦ୍ୟାଳୟ ରେ ରୋପ୍ୟ ଜୟନ୍ତୀ ସମାରୋହ

0 2

Get real time updates directly on you device, subscribe now.

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ଗୁନେଇଁବିଲି ଉଚ୍ଚ ବିଦ୍ୟାଳୟ ର ୧୯୯୦ ବ୍ୟାଚ୍ ରୋପ୍ୟ ଜୟନ୍ତୀ ସମାରୋହ ଗତ ଶୁକ୍ରବାର ଗୁନେଇବିଲୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l

ଇତି ଅବସରରେ ବିଦ୍ୟାଳୟ ର ବର୍ତ୍ତମାନ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଚକ୍ରଧର ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଏକ ସଭା ର ପ୍ରାରମ୍ଭ ରେ ଅଗୁର ଚନ୍ଦନ ଲଗେଇ ସମସ୍ତେ ଶିକ୍ଷକ ଶିକଷୟିତ୍ରୀ ଓ ବନ୍ଧୁ ମlନଙ୍କୁ ସ୍ବାଗତ କରାଯାଇଥିଲା l

ତତପରେ ରୋପ୍ୟ ଜୟନ୍ତୀ ସମାରୋହ ର ବିବରଣୀ କୁ ପ୍ରହଲ୍ଲାଦ ରାଉତ ପାଠ କରିଥିଲେ l

ସମୋରୋହ ରେ ଯୋଗଦେଇଥିବା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରମୋଦ କୁମାର ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ କାଳନ୍ଦୀ ଚରଣ ବରାଳ, ଶ୍ରୀଯୁକ୍ତ ନେତ୍ରାନନ୍ଦ ରାଉତ, ଶ୍ରୀଯୁକ୍ତ ବେଣୁଧର ସାହୁ ଓ ଅବସପ୍ରାପ୍ତ ଶିକ୍ଷୟତ୍ରୀ ପ୍ରଭାତୀ କୁମାରୀ ନାଥ ନିଜ ନିଜ ର ସ୍କୁଲ ସମୟ ର ସ୍ମୃତି କୁ ନିଜସ୍ଵ ଢଙ୍ଗରେ ବଖାଣି ଥିଲେ l

୧୯୯୯ ମସିହା ରୁ ଏଯାବତ୍ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ବନ୍ଧୁମିଳନ କୁ ସମସ୍ତ ଶିକ୍ଷକ ଭୂୟସୀ ପ୍ରଶଂସା କରିଥିବା ବେଳେ ଗୁନେଇବିଲି ଉଚ୍ଚ ବିଦ୍ୟାଳୟରେ ୧୯୯୦ ଵ୍ୟାଚ୍ ର ସ୍ଵତନ୍ତ୍ର ପରିଚୟ ରହିଛି ବୋଲି ନିଜ ନିଜ ବକ୍ତବ୍ୟ ରେ କହିଥିଲେ l

ଓ ତତ୍ ପରେ ରୋପ୍ୟ ଜୟନ୍ତୀ ସମାରୋହ ଅବସରରେ ହୋଇଥିବା ଶ୍ରଦ୍ଧା ଉପହାର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ଉପସ୍ଥିତ ଥିବା ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ସମ୍ବର୍ଦ୍ଧିତକରାଯାଇଥିଲା l

ତାପରେ ଉପସ୍ଥିତ ଥିବା ବନ୍ଧୁ ମାନେ ନିଜର ସଂକ୍ଷିପ୍ତ ପରିଚୟ ରଖିଥିଲେ l ବିଦ୍ୟାଳୟ ର ପୂର୍ବତନ ଶିକ୍ଷକ ଶ୍ରୀଯୁକ୍ତ ଗୋଷ୍ଠ ବିହାରୀ ସ୍ୱାଇଁ ଓ ରତ୍ନାକର ବେହେରା ଓ ସାଙ୍ଗ ମାନଙ୍କ ମଧ୍ୟରେ ସ୍ବର୍ଗତ ସଞ୍ଜୟ ନାୟକ, ପ୍ରତାପ ହୋତା , ଅରୁଣ ବେହେରା , ମାନସୀ ମହାନ୍ତି ଓ କବିତା ବେହେରା ଙ୍କର ଦେହାନ୍ତ ହୋଇଥିବାରୁ ତାଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା l

ଅନୁଷ୍ଠିତ ସଭା ର ପ୍ରାରମ୍ଭ ରେ ବିଭୂତି ଭୂଷଣ ବେହେରା ସ୍ବାଗତ ଭାଷଣ ସହିତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଏବଂ ପ୍ରକାଶ କୁମାର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ l

କାର୍ଯ୍ୟକ୍ରମ କୁ ସୁଜିତ୍ ବେହେରା, ପ୍ରବୁଦ୍ଧ ରାଉଳ , ଅଲେଖ ପ୍ରସାଦ ନାୟକ, ନାରାୟଣ ନାୟକ, ସୁଯ୍ୟକାନ୍ତ ବିଶ୍ଵାଳ, କ୍ଷୀରୋଦ ବରାଳ, ଅକ୍ଷୟ ସ୍ବାଇଁ, ହାଡିବନ୍ଧୁ ସ୍ବାଇଁ ,ରୋହିତ ବେହେରା , ପଦ୍ମଲୋଚନ ଲେଙ୍କା , ଗଗନ ନାୟକ , ଗଦାଧର ନାୟକ , ପ୍ରଭାତ ବେହେରା , ସର୍ବେଶ୍ଵର ପୃଷ୍ଟି, ପ୍ରଣତି ନାୟକ, ବିଜୟଲକ୍ଷ୍ମୀ ନାୟକ ଓ ପ୍ରଭାତୀ ମହାନ୍ତି ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ l

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.