Take a fresh look at your lifestyle.

ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରାଘାତରେ ୩ ମୃତ ଓ ୪ ଆହତ

ଭାଙ୍ଗିଲା ଗଛ, ଉଡିଲା ଛପର, ସାରା ସହର ଅନ୍ଧାର

0 2

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳରେ ଅଚାନକ କାଳବୈଶାଖୀ ତାଣ୍ଡବ ରଚିଥିଲା । ବଜ୍ରପାତ ସହ ପ୍ରବଳ ବେଗରେ ପବନ ବହିବାରୁ ଗଛ ଡାଳ ଭାଙ୍ଗିପଡି ବିଦୁ୍ୟତ୍ ତାର ଛିଡି ଯାଇଛି । ବଜ୍ରାଘାତରେ ବିଭିନ୍ନ ସ୍ଥାନରେ ୩ ଜଣ ବ୍ୟକ୍ତିଙ୍କର ମୃତୁ୍ୟ ଘଟିଥିବା ବେଳେ ୪ ଜଣ ଆହତ ହୋଇଥିବା ଜଣାପଡିଛି ।

ପବନରେ ଅନେକ ଟିଣ ଓ ଚାଳ ଛପର ଘର ଉଡି ଯାଇଛି । ବିଦୁ୍ୟତ୍ ବିଭ୍ରାଟ ଯୋଗୁଁ ସାରା ସହର ଅନ୍ଦାର ହୋଇରହିଛି । ଗଛ ଡାଳ ପଡି ରାସ୍ତା ଅବରୋଧ ହେବା ସହ ବର୍ଷାଜଳ ରାସ୍ତାରେ ଜମିରହିଥିଲା । ବିଦୁ୍ୟତ ସଂଯୋଗ ପାଇଁ କର୍ମଚାରୀ ନିୟୋଜିତ ହୋଇଥିଲେ ହେଁ ବିଦୁ୍ୟତ ଯୋଗାଣ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ହୋଇପାରିବ ନାହିଁ ବୋଲି ଜନୈକ ଅଧିକାରୀ ପ୍ରକାଶ କରିଛନ୍ତି ।ଢେଙ୍କାନାଳରେ ଦିନବେଳେ ଅସମ୍ଭବ ପ୍ରକାରର ତାତି ରହିଥିଲା ।

ଶନିବାର ଦିନ ବି ତାପମାତ୍ରା ୪୩.୬ ଡିଗ୍ରି ରହିଥିଲା । ପ୍ରବଳ ଗରମ ହେଉଥିବା ବେଳେ ଅପରାହ୍ନ ପ୍ରାୟ ୫ ଟା ସମୟରେ ହଠାତ୍ କାଳବୈଶାଖୀ ଦେଖାଦେଇଥିଲା । ଆକାଶ ମେଘାଛନ୍ନ ରହି ଘଡଘଡି ବିଜୁଳି ମାରିଥିଲା । ବଜ୍ରାଘାତରେ ଗଁଦିଆ ଅଞ୍ଚଳର ଦେଓଗାଁ ଡଗରାପଲି ସ୍କୁଲ ବାରଣ୍ଡାରେ ୫ ଜଣ ବ୍ୟକ୍ତି ଛିଡା ହୋଇଥିବା ବେଳେ ବଜ୍ରାଘାତରେ ଘଟଣାସ୍ଥଳରେ ଡଗରପଲି ଗ୍ରାମର ଜଗଦା ଦେହୁରୀ (୪୫)ଙ୍କ ଘଟଣାସ୍ଥଳରେ ମୃତୁ୍ୟ ହୋଇଯାଇଥିବା ବେଳେ ଅନ୍ୟ ୪ ଜଣ ଆହତ ହୋଇ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

ସେହିପରି ଢେଙ୍କାନାଳ ସଦର ବ୍ଲକର ନଢଣପୁର ଗ୍ରାମରେ ମଇଁଷି ଚରାଉଥିବା ବେଳେ ବଜ୍ରାଘାତରେ ପ୍ରକାଶ ବେହେରା (୪୮) ଓ ଶଙ୍କର୍ଷଣ ବେହେରା (୭୦) ଙ୍କର ମୃତୁ୍ୟ ହୋଇଥିବା ଜଣାପଡିଛି । ଖୁବ୍ ଜୋର୍ରେ ପବନ ବୋହିବାରୁ ଅନେକ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହେବା ସହ ବିଦୁ୍ୟତ୍ ସରବରାହ ବିଚ୍ଛିନ୍ନ ହୋଇଯାଇଥିଲା । ପ୍ରାୟ ଏକ ଘଣ୍ଟା ଧରି ଖୁବ୍ ଜୋରରେ ବର୍ଷା ହେବାରୁ ବିଭିନ୍ନ ସ୍ଥାନରେ ବର୍ଷାଜଳ ରାସ୍ତାରେ ଜମି ରହିଥିଲା ।

ସହରର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଜଳ ପ୍ରବାହିତ ହେଉଥିବାରୁ ଯାତାୟତରେ ବାଧା ଉପୁଯିଥିଲା । ଯଦିଓ ବର୍ଷା ପରେ ସାମାନ୍ୟ ଆଶ୍ୱସ୍ଥି ଅନୁଭୁତ ହୋଇଥିଲେ ହେଁ ଗୁଳୁଗୁଳି ଲାଗି ରହିଛି । ଅନେକ ପୁରୁଖା ଲୋକଙ୍କ ମତରେ ଏଭଳି ଗରମ ପୂର୍ବରୁ କେବେ ଦେଖାଦେଇନଥିଲା । ଶନିବାର ହୋଇଥିବା କାଳବୈଶାଖୀ ଓ ବର୍ଷା ସତ୍ତ୍ୱେ ଗୁଳୁଗୁଳି ହେବା ଓ ବିଦୁ୍ୟତ୍ ବିଚ୍ଛିନ୍ନ ହେବା ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.