Take a fresh look at your lifestyle.

ଜିଲ୍ଲା ସ୍ତରୀୟ “”ଗୁଣାତ୍ମକ ଶିକ୍ଷା” ଶୀର୍ଷକ ଆଲୋଚନା ଚକ୍ର ଏବଂ ସମ୍ବର୍ଦ୍ଧନା କାର୍ଯ୍ୟ

0 8

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓଷ୍ଠା ସଂଘ ପରିସରରେ “”ଜିଲ୍ଲା ସ୍ତରୀୟ ଗୁଣାତ୍ମକ ଶିକ୍ଷା” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଜିଲ୍ଲାର ବିଭିନ୍ନ ବ୍ଲକ୍ର ପ୍ରଧାନ ଶିକ୍ଷକ, ଶିକ୍ଷକଶିକ୍ଷୟିତ୍ରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ପ୍ରଥମାର୍ଦ୍ଧ ବୈଠକରେ ଜିଲ୍ଲା ସଂପାଦକ ବିଭୁତି ଭୂଷଣ ସାମଲ ଶିକ୍ଷକ, ଶିକ୍ଷା ଏବଂ ଶିକ୍ଷାୟତନରେ କିଭଳି ଭାବରେ ଜିଲ୍ଲାର ବିକାଶ ଘଟିବ, ସେ ସଂପର୍କରେ କେତେକ ଉପାଦେୟ ତଥ୍ୟ ଉପସ୍ଥାପନ କରିଥିଲେ । ରାଜ୍ୟ ସଂଘର କର୍ମକର୍ତାଙ୍କ ମଧ୍ୟରେ ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଂଜନ କୁମାର ଦାସ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଯୁଗ୍ମ ସାଧାରଣ ସଂପାଦକ ବ୍ରଜ କିଶୋର ବିଶ୍ୱାଳ, ରାଜ୍ୟ ଉପସଭାପତି ଦ୍ୱୟ ଯଥା ଶ୍ରୀକାନ୍ତ ସାହୁ ଏବଂ ପ୍ରମୋଦ କୁମାର ସ୍ୱାଇଁ ନେତୃମଣ୍ଡଳୀ ଯୋଗଦାନ କରି ଶିକ୍ଷାର ବିକାଶ ସଂପର୍କିତ ଦିଗ୍ଦର୍ଶନ ପ୍ରଦାନ କରିଥିଲେ ।

ବୈଠକର ଦ୍ୱିତୀୟାର୍ଦ୍ଧରେ ମାନ୍ୟବର ଲୋକସଭା ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବରେ ଏବଂ “”ଆମ ପ୍ରତିଭା ଆମ ସମ୍ମାନ” ସଭାପତି ପ୍ରିୟ ରଞ୍ଜନ ମାହୁଁନ୍ତ ତଥା ଅନ୍ୟାନ୍ୟ ନେତୃବୃନ୍ଦ ଯୋଗଦାନ କରିଥିଲେ । ଶିକ୍ଷକମାନଙ୍କର ବିଭିନ୍ନ ପ୍ରକାର ଅଭାବ ଅସୁବିଧା ସଂପର୍କରେ ଶିକ୍ଷକମାନେ ମାନ୍ୟବର ସାଂସଦଙ୍କ ନିକଟରେ ପ୍ରକାଶ କରିଥିଲେ । ଅନେକବାର ଜିଲ୍ଲା କାର୍ଯ୍ୟାଳୟକୁ ଆସିଲେ ମଧ୍ୟ ସେମାନଙ୍କର ଅସୁବିଧାକୁ ଠିକ୍ ସମୟରେ ସମାଧାନ କରାଯାଇପାରୁ ନାହିଁ । ଅହେତୁକ ବିଳମ୍ବ ଘଟୁଛି । ପ୍ରତି ବ୍ଲକ୍ ମହକୁମାରେ ଗୁଣାତ୍ମକ ଶିକ୍ଷା ଶୀର୍ଷକ ଆଲୋଚନା ଚକ୍ର ଜିଲ୍ଲା ସଂଘ ଦ୍ୱାରା ଅନୁଷ୍ଠିତ ହେଲେ ସାଂସଦ ଯୋଗଦେବା ପାଇଁ ନିଜେ କଥା ରଖିଛନ୍ତି ।

ଶେଷ ପର୍ଯ୍ୟାୟରେ ଜିଲ୍ଲା ସଂଘର କର୍ମକର୍ତା ଏବଂ ମାନ୍ୟଗଣ୍ୟ ଅତିଥିମାନେ ରାଜ୍ୟ ସଂଘର ନବ ନିର୍ବାଚିତ କର୍ମକର୍ତାଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଲା ସଂଘର କର୍ମକର୍ତାଙ୍କ ସମେତ ବ୍ଲକ୍ ସଂଘର କର୍ମକର୍ତାମାନେ ଉପସ୍ଥିତ ଥିଲେ ।ସରୋଜକାନ୍ତ ଦାସ ଏବଂ ପ୍ରଶାନ୍ତ କୁମାର ଧଳ ଶିକ୍ଷକମାନଙ୍କୁ ଆଗକୁ ବଢିବା ପାଇଁ ଉତ୍ସାହିତ କରିଥିଲେ । ବିନୋଦ କୁମାର ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ ।

- Advertisement -

Leave A Reply

Your email address will not be published.