Take a fresh look at your lifestyle.

ସିବିଏସ୍ଇ ଅନୁବନ୍ଧିତ ହେଲା ରୟାଲ୍ ପବ୍ଲିକ୍ ସ୍କୁଲ୍

0 165

Get real time updates directly on you device, subscribe now.

ଢେଙ୍କାନାଳ: ଢେଙ୍କାନାଳ ସହର ନିକଟସ୍ଥ ରଞ୍ଜା କଳାପାଣିଠାରେ ଥିବା ରୟାଲ୍ ଇଣ୍ଟରନ୍ୟାସନାଲ୍ ପବ୍ଲିକ୍ ସ୍କୁଲ୍ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦର ପତ୍ର ସଂଖ୍ୟା – ସିବିଏସ୍ଇ/୧୫୩୦୪୦୧/କ୍ର.ସଂ.-୦୦୪୪୫-୨୩୨୪/୨୦୨୩-୨୪, ତା୧୫.୦୯.୨୦୨୨ ଏବଂ ଆଫିଲିଏସନ୍ ନଂ-୧୫୩୦୪୦୧ ଏବଂ ସ୍କୁଲ୍ ନଂ-୧୬୧୯୩ ଦ୍ୱାରା ଅନୁବନ୍ଧିତ ହୋଇଅଛି ।

ଏହି ଅବସରରେ ବିଦ୍ୟାଳୟର ଚେୟାରମ୍ୟାନ୍ ଅକ୍ଷୟ କୁମାର ମହାନ୍ତି, ନିଦେ୍ର୍ଦଶକ ସରୋଜକାନ୍ତ ଦାଶ, ପରିଚାଳକ ନେତ୍ରଜ୍ୟୋତି ମହାନ୍ତି ଏବଂ ଅଧ୍ୟକ୍ଷ ଅନିଲ୍ କୁମାର ନାୟକ ଖୁସିବ୍ୟକ୍ତ କରିବା ସହ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦର କର୍ତ୍ତୃପକ୍ଷ, ବିଦ୍ୟାଳୟର ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ନେତ୍ରାନନ୍ଦ ଶତପଥୀ, ବିଶ୍ୱଜିତ୍ ପ୍ରଧାନ, ସରୋଜ କୁମାର ସାସମଲ, ପରେଶ କୁମାର ଦଳେଇ, ସସ୍ମିତା ଶତପଥୀ, ସୁନିତା ସ୍ୱାଇଁ, ସୋନାଲି ବେହେରା, ପୁଷ୍ପଲତା ସାହୁ, ସରିତା ବଳ, ମାମାଲି ସେଠୀ, ସୁଚିତ୍ରା ନାୟକ ଏବଂ ଅନ୍ୟ କର୍ମଚାରୀମାନଙ୍କୁ ସେମାନଙ୍କ ସହଯୋଗ ନିମନ୍ତେ ଧନ୍ୟବାଦ ଜଣାଇଛନ୍ତି ।

ଏଥି ସହିତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ଶୁଭେଚ୍ଛା ଜଣାଇ ବିଦ୍ୟାଳୟର ଉତରୋତର ଉନ୍ନତି କାମନା କରିଛନ୍ତି । ଏହି ସମ୍ବାଦ ପାଇଁ ଛାତ୍ରଛତ୍ରୀ ଅଭିଭାବକ ଏବଂ ଅଂଚଳର ଖୁସିର ଲହରୀ ଖେଳିଯାଇଛି ବୋଲି ଅଧ୍ୟକ୍ଷ ଅନିଲ୍ କୁମାର ନାୟକ ଜଣାଇଛନ୍ତି

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.