Take a fresh look at your lifestyle.

ଜିଲା ଯୁବ କଂଗ୍ରେସ ତରଫରୁ ଜାତୀୟ ବେରୋଜଗାର ଦିବସ ପାଳିତ

0 10

Get real time updates directly on you device, subscribe now.

ଢେଙ୍କାନାଳ : ସ୍ଥାନୀୟ ଇନ୍ଦିରା ଗାନ୍ଧୀ ସୁପର ମାର୍କେଟ୍ ଠାରେ ଜିଲା ଯୁବ କଂଗ୍ରେସ ଆବାହକ ଅମର ସେନାପତିଙ୍କ ନେତୃତ୍ୱରେ ଜାତୀୟ ବେରୋଜଗାର ଦିବସ ପାଳିତ ହୋଇଯାଇଅଛି ।

ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଉପଲକ୍ଷେ ଜିଲ୍ଲା ଯୁବ କଂଗ୍ରେସ୍ ସ୍ଥାନୀୟ ଯୁବକମାନଙ୍କୁ ନେଇ ବେରୋଜଗାରି ବିରୋଧରେ ପ୍ରତିବାଦ କରିଥିଲେ । କେନ୍ଦ୍ର ସରକାର ବର୍ଷକୁ ୨ କୋଟି ଯୁବକଙ୍କୁ ନିଯୁକ୍ତି ଦେବା ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଦୀର୍ଘ ଆଠ ବର୍ଷ ମଧ୍ୟରେ କୌଣସି ନିଯୁକ୍ତି ନ ଦେଇଥିବାରୁ ବହୁ ସଂଖ୍ୟାରେ ଯୁବକ ଯୁବତୀ ଆଜି ବେକାର ବସିଛନ୍ତି ଏବଂ ପୂର୍ବରୁ ନିଯୁକ୍ତି ପାଇଥିବା କଳକାରଖାନା ବନ୍ଦ ହୋଇଯାଇଥିବାରୁ ଅନେକ ତାଙ୍କର ରୋଜଗାର ହରେଇ ବସି ରହିଛନ୍ତି ।

ତେଣୁ ଏହାକୁ ପ୍ରତିବାଦ କରି ଜିଲା ଯୁବ କଂଗ୍ରେସ୍ ତରଫରୁ ଯୁବମାନଙ୍କ ପାଇଁ ନିଯୁକ୍ତି ସୁବିଧା ତୁରନ୍ତ କରିବା ପାଇଁ ନଚେତ୍ ବେକାର ଯୁବକଙ୍କୁ ବେକାରୀ ଭତ୍ତା ପ୍ରଦାନ କରାଯିବା ପାଇଁ ଦାବି କରାଯାଇଛି ।

ଉକ୍ତ ସଭାରେ ଜିଲା ମୁଖପାତ୍ର ପ୍ରେମ୍ ଶଙ୍କର ମିଶ୍ର, ନିର୍ମଳ ମିଶ୍ର, ନିଶାକର ସାହୁ, ସୁନିଲ୍ ଦାସ, ମହମ୍ମଦ ସମୀର, ସାବିର୍ ବେକ୍, ମହିଳା ସଭାନେତ୍ରୀ ସ୍ମିତାରାଣୀ ସାମଲ, ରୁବିନା ବେଗମ୍, ଶିଳ୍ପୀଶ୍ରୀ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.