Take a fresh look at your lifestyle.

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ ଜଣେ ଗୁରୁତର

ଦୁର୍ଘଟଣା ଘଟାଇଥିବା କାରରେ ଦେଶୀ ମଦ ଚାଲାଣ ହେଉଥିଲା

0 234

Get real time updates directly on you device, subscribe now.

କାମାକ୍ଷାନଗର(ରାଜ କିଶୋର ରାଉତ) : ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ – ମହୁଲପାଳ ପୂର୍ତ୍ତ ବିଭାଗ ରାସ୍ତାର ଜିରାଳ ତାରେଣୀ ମନ୍ଦିର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର I ଦୁର୍ଘଟଣା ଘଟାଇଥିବା କାରରେ ଦେଶୀ ମଦ ଚାଲାଣ ହେଉଥିଲା । କାମାକ୍ଷାନଗର ପୁଲିସ ଗୋଟାଇବାରୁ ଦ୍ରୁତଗତିରେ ପଳାଉ ଥିବା ବେଳେ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା ।

ସୂଚନା ଅନୁଯାୟୀ ସନ୍ଧ୍ୟା ସମୟରେ କାମାକ୍ଷନଗର ଥାନା ଗୁନେଇବିଲି ପଞ୍ଚାୟତ ଡିମିରିଆ ଗ୍ରାମର ବିଦ୍ୟାଧର ରାଉତ (55) ଓ ରୂମିଲା ପ୍ରଧାନ (32) ବାଇକ୍ ଯୋଗେ ଜିରାଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ I

ଫେରିବା ସମୟରେ ତାରେଣୀ ମନ୍ଦିର ନିକଟରେ କାମାକ୍ଷନଗର ପଟୁ ଦ୍ରୁତ ଗତିରେ କାର୍ ଆସି ଧକ୍କା ଦେଇଥିଲା ଏବଂ ବାଇକ୍ ଆରୋହୀ ଦୁଇ ଜଣଙ୍କୁ କିଛି ବାଟ ଘୋଷାଡି ନେଇଥିଲା I

ଯାହା ଫଳରେ ବାଇକ୍ ଆରୋହୀ ଦୁଇ ଜଣ ଛିଟିକି ପଡିବାରୁ ଘଟଣା ସ୍ଥଳରେ ବିଦ୍ୟାଧର ଙ୍କ ଡାହାଣ ପଟ ଗୋଡ ଅଲଗା ହୋଇଥିଲା ବେଳେ ଘଟଣାସ୍ଥଳରେ ବିଦ୍ୟାଧର ଙ୍କ ମୃତ୍ୟୁ ଘଟିଥିବା ବେଳେ ରୂମିଲା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି I

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.