Take a fresh look at your lifestyle.

ଜଙ୍ଗଲ ରୁ ମିଳିଲା ନିଖୋଜ ବୃଦ୍ଧ ଙ୍କ ଗଳିତ ମୃତ ଦେହ

ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ

0 1

Get real time updates directly on you device, subscribe now.

 ପରଜଙ୍ଗ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଈ କର୍ଣ୍ଣାଟକପୁର ଗାଁ ପାଖ ଜଙ୍ଗଲ ରୁ ମିଳିଲା, ନିଖୋଜ ବୃଦ୍ଧ ଙ୍କ ମୃତ ଦେହ, ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ |ସୂଚନା ମୁତାବକ ନିଖୋଜ ବ୍ୟକ୍ତି ଜଣଙ୍କ ହେଉଛନ୍ତି ପରଜଙ୍ଗ ଥାନା ମେଣ୍ଢାପଦା ଗାଁ ର କାଳନ୍ଦୀ ବିଶ୍ୱାଳ |

ସେ ୫ଦିନ ପୂର୍ବରୁ ପାରିବାରିକ କଳିକୁ କେନ୍ଦ୍ର କରି ଘର ଛାଡି ପଳାଇ ଆସିଥିଲେ |ତେବେ ପରିବାର ପକ୍ଷରୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନ ଥିଲେ |

ତେବେ ଆଜି ସକାଳେ କର୍ଣ୍ଣାଟକପୁର ଗାଁ ଲୋକ ପାଖ ଜଙ୍ଗଲ ରେ ଏକ ଗଳିତ ମୃତ ଦେହ ପଡିଥିବାର ଦେଖି ପୋଲିସ କୁ ଖବର ଦେଇଥିଲେ |ଖବର ପାଇ ପରଜଙ୍ଗ ପୁଲିସ ନିଖୋଜ ଵ୍ୟକ୍ତି ଙ୍କ ପରିବାର ସହ ଘଟଣା ସ୍ଥଳରେ ପହଂଚି ଗଳିତ ମୃତ ଦେହକୁ ଚିହ୍ନଟ କରିଛି |

ସେପଟେ ଗଳିତ ମୃତ ଦେହ ପାଖରେ ଏକ ବିଷ ବଟଲ ପଡିଥିବାର ଦେଖିବାକୁ ମିଳିଛି |ତେଣୁ ପାରିବାରିକ କଳିକୁ କେନ୍ଦ୍ର କରି ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯଉଛି |ତେବେ ପୋଲିସ ଗଳିତ ମୃତ ଦେହ କୁ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରିରଖିଛି |

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.