Take a fresh look at your lifestyle.

ଅର୍ଥ ପାଇଁ ହେବ ଅର୍ଥନୈତିକ ଅବରୋଧ-ସାଂସଦ

0 7

Get real time updates directly on you device, subscribe now.

ଢେଙ୍କାନାଳ : ସ୍ୱାଧିନତା ପରଠାରୁ ଢେଙ୍କାନାଳ ଲୋକସଭା କ୍ଷେତ୍ର ରାଜ୍ୟକୁ ଓ କେନ୍ଦ୍ରକୁ ସର୍ବାଧିକ ରାଜସ୍ୱ ଦେଉଛି । ମାତ୍ର ରାଜ୍ୟ ସରକାର ବିଧାୟକମାନଙ୍କୁ ବର୍ଷକୁ ୩କୋଟି ଟଙ୍କା ହାତ ପାଣ୍ଠି ଦେଉଥିଲାବେଳେ ସାଂସଦ ୩ବର୍ଷରେ ୧୫କୋଟି ଟଙ୍କା ହାତପାଣ୍ଠି ପାଇବା କଥା । ମାତ୍ର ଅଦ୍ୟାବଧି ୨ କୋଟି ୫୦ଲକ୍ଷ ଟଙ୍କା ସାଂସଦଙ୍କ ହସ୍ତଗତ ହୋଇଛି ।

ପୂର୍ଣ୍ଣାଙ୍ଗ ୨୫ କୋଟି ଟଙ୍କା ଅଗ୍ରୀମ ପାଇବାର ବ୍ୟବସ୍ଥା କରାନଗଲେ କିମ୍ବା କେନ୍ଦ୍ର ସରକାର ବିକଳ୍ପ ବ୍ୟବସ୍ଥା ନକଲେ ଖୁବ୍ ଶୀଘ୍ର ସାଂସଦ ମହେଶ ସାହୁ ଅର୍ଥନୈତିକ ଅବରୋଧ କାର୍ଯ୍ୟକ୍ରମ କରିବାକୁ ବାଧ୍ୟ ହେବେ ।

ଅର୍ଥ ପ୍ରଦାନ କରିବାରେ କେନ୍ଦ୍ରର ଯଦି ଶକ୍ତି ନାହିଁ, ତେବେ ଏହାର ସମାଧାନ ପାଇଁ କେନ୍ଦ୍ର ଦ୍ୱାରା ପରିଚାଳିତ ହେଉଥିବା କଳକାରଖାନାମାନେ ସାମାଜିକ ଦାୟିତ୍ୱବୋଧ ପାଣ୍ଠି ପାଇଁ କେନ୍ଦ୍ରଙ୍କୁ ପରାମର୍ଶ ଦିଅନ୍ତୁ ବୋଲି ସାଂସଦ ଶ୍ରୀ ସାହୁ ଏକ ବିଜ୍ଞପ୍ତିରେ ଜଣାଇଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.