Take a fresh look at your lifestyle.

ସାମ୍ବାଦିକ ଗିରୀଶ ନନ୍ଦଙ୍କ ଶ୍ରାଦ୍ଧସଭା

0 12

Get real time updates directly on you device, subscribe now.

ଢେଙ୍କାନାଳ: ତିଥି ଅନୁଯାୟୀ ଗତକାଲି ଅପରାହ୍ନରେ ସାମ୍ବାଦିକ ଗୌରବ ଗିରୀଶ ଚନ୍ଦ୍ର ନନ୍ଦଙ୍କର ଦ୍ୱିତୀୟ ବାର୍ଷିକ ଶ୍ରାଦ୍ଧ ଉତ୍ସବ ବିଭାବନା ଓ କବି ଭୂଷଣ ସଂସଦ ତରଫରୁ କବି କୁଟୀର ଠାରେ ପାଳିତ ହୋଇଯାଇଅଛି ।

ବିଭାବନାର ସଂପାଦକ କବି ମନୋରଞ୍ଜନ ନନ୍ଦ ଅଧ୍ୟକ୍ଷତା କରି କହିଲେ ଯେ, ଗିରୀଶ ବାବୁ ଏକାଧାରରେ ଜଣେ ଆଦର୍ଶ ସାମ୍ବାଦିକ, ସୁସାହିତି୍ୟକ, ସମାଜସେବୀ ତଥା ସୁବକ୍ତା ଅଟନ୍ତି । ତାଙ୍କର ଆଦର୍ଶ ଓ ନୀତି ସମସ୍ତଙ୍କ ପାଇଁ ପ୍ରେରଣର ଉତ୍ସ ।

ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ, ରେଣୁବାଳା ସ୍ମୃତି ସଂସଦର ସଭାନେତ୍ରୀ ସଂଯୁକ୍ତ ମିଶ୍ର ଓ ସାହିତି୍ୟକା ନିରୂପମା ଦାସ ଅତିଥି ଭାବେ ଯୋଗଦେଇ ଗିରୀଶ ବାବୁଙ୍କର ନିଷ୍ଠା ଓ ତ୍ୟାଗ ଉପରେ ଆଲୋକପାତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ମନୋଜ ମଞ୍ଜରୀ ଦାସ, ମାଖିତ୍ମାମି ମହାପାତ୍ର, ଚାରୁଲତା ଶତପଥୀ, ସ୍ନେହଲତା ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ କବିତାପାଠ କରିଥିଲେ । ଅଞ୍ଜୁ ଅସ୍ମିନ୍ ପଟ୍ଟନାୟକ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ ।

 ଇଂ. ମାନସ କୁମାର ନନ୍ଦ ସ୍ୱାଗତ ଭାଷଣ ଦେଇଥିଲାବେଳେ ସୁମିତା ରାୟ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.