Take a fresh look at your lifestyle.

ଲକ୍ଷ୍ମୀବଜାର ପୂଜା ପ୍ରତିଷ୍ଠାନର ୭୫ବର୍ଷ ପୂର୍ତି ସମାରୋହ ଉଦଘାଟିତ

ଢେଙ୍କାନାଳର ଲକ୍ଷ୍ମୀପୂଜା ପରମ୍ପରା ଓ ଭାଇଚାରାର ନିଦର୍ଶନ

0 19

Get real time updates directly on you device, subscribe now.

ଢେଙ୍କାନାଳ: ଢେଙ୍କାନାଳର ପ୍ରମୁଖ ପୂଜା ଅନୁଷ୍ଠାନ ଲକ୍ଷ୍ମୀବଜାର ପୂଜା ପ୍ରତିଷ୍ଠାନର ୭୫ବର୍ଷ ପୂର୍ତି ସମାରୋହ ବୁଧବାର ସନ୍ଧ୍ୟାରେ ପୂଜା ମଣ୍ଡପ ନିକଟରେ ଉଦଘାଟିତ ହୋଇଯାଇଛି ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲାପାଳ ସରୋଜ କୁମାର ସେଠୀ ଏହି ଉତ୍ସବକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିବା ସହ ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା ଉତ୍ସବ କଳା, ସଂସ୍କୃତି,ପରମ୍ପରା ଓ ଭାଇଚାରାର ନିଦର୍ଶନ ବୋଲି କହିଥିଲେ ।

ସ୍ୱାଧିନତାର ୭୫ବର୍ଷ ପୂର୍ତି ତଥା ଅମୃତ ମହୋତ୍ସବ ପାଳନ ହେଉଥିବା ବେଳେ ଲକ୍ଷ୍ମୀବଜାର ପୂଜା ପ୍ରତିଷ୍ଠାନ ନିଜର ୭୫ବର୍ଷ ପାଳନ କରୁଥିବା ଗୌରବର ବିଷୟ ବୋଲି ସେ କହିଥିଲେ ।

ସଭାପତି ଜଗଦିଶ ପ୍ରସାଦ ଅଗ୍ରର୍ୱାଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ କାର୍ଯ୍ୟକାରୀ ସଭାପତି ରଙ୍ଗାଧର ପାତ୍ର, ପ୍ରଭାକର ବେହେରା, ଉପସଭାପତି ରାଜେଶ ସୋନି, ଦେବାଶିଷ ବେହେରା, ସମ୍ପାଦକ ରବି ନାରାୟଣ ବେହେରା, ମାୟାଧର ପାତ୍ର ଓ ସତ୍ୟସ୍ୱରୁପ ଦାସ ଉପସ୍ଥିତ ରହି ଚଳିତବର୍ଷ ମଣ୍ଡପରେ ଦେଢ କୁଇଂଟାଲ ଚାନ୍ଦିରେ ଚାନ୍ଦିମେଢ ନିର୍ମିତ ହେବ । ଏବଂ କଳା ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ସୂଚନା ଦେଇଥିଲେ ।

ଏହି ଉତ୍ସବରେ ଅତିଥି ଭାବେ ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନର ପୂର୍ବତନ ସଭାପତି ଶରତ ଚନ୍ଦ୍ର ପାଢୀ, ଉପଦେଷ୍ଟା ବୁଧିରାମ ଅଗ୍ରୱାଲ ଉପସ୍ଥିତ ଥିଲେ । ଅନୁଷ୍ଠାନ ପକ୍ଷରୁ ପୂଜା କମିଟିର କର୍ମକତର୍ରା ମାନଙ୍କୁ ସମ୍ବଦ୍ଧର୍ରିତ କରାଯାଇଥିଲା ।

ସଂଯୋଜକ ପଦ୍ମଭୂଷଣ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ସତ୍ୟ ନାରାୟଣ କର ପରିଚାଳନା କରିଥିଲେ । ଶେଷରେ ବିଶିଷ୍ଟ କଣ୍ଠଶିଳ୍ପୀ ସୁଧାକର ମିଶ୍ର ଓ ସାଥି ଭଜନ ପରିବେଷଣ କରିଥିଲେ । ଲକ୍ଷକ୍ମୀଧର ସାହୁ ଭଜନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.