Take a fresh look at your lifestyle.

ଶିଶୁ ପ୍ରତିଭାଙ୍କୁ ସମ୍ମାନିତ କରିବ ‘ଆମ ପ୍ରତିଭା – ଆମ ସମ୍ମାନ’ ଅନୁଷ୍ଠାନ

୧୪ ନଭେମ୍ବର ପାଇଁ ପ୍ରସ୍ତୁତି ବୈଠକ

0 41

Get real time updates directly on you device, subscribe now.

ଢେଙ୍କାନାଳ: ଆସନ୍ତା ୧୪ ନଭେମ୍ବର ଶିଶୁଦିବସରେ ବିଭିନ୍ନ ବର୍ଗର ଶିଶୁ ପ୍ରତିଭାମାନଙ୍କୁ ଉତ୍ସାହିତ କରି ବିକଶିତ କରିବା ନିମନ୍ତେ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରିବା ପାଇଁ “”ଆମ ପ୍ରତିଭା-ଆମ ସମ୍ମାନ” ପକ୍ଷରୁ ସ୍ଥିରିକୃତ ହୋଇଛି ।

ଏ ସଂକ୍ରାନ୍ତରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠାନର ପ୍ରତିଷ୍ଠାତା ସାଂସଦ ମହେଶ ସାହୁଙ୍କ ଉପସ୍ଥିତିରେ ସଭାପତି ପ୍ରିୟରଞ୍ଜନ ମାହୁଁନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି ।

ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି କୃତୀତ୍ୱ ହାସଲ କରିଥିବା ତଥା ବ୍ଲକ୍ ମାନଙ୍କରେ ବିଭିନ୍ନ ବିଭାଗରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭାମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ୍ କରି ସମ୍ବର୍ଦ୍ଧିତ କରାଯିବ ।

ଏହା ବ୍ୟତୀତ ଜିଲ୍ଲାରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପ୍ରତିଭା ସଂପନ୍ନ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାକୁ ସ୍ଥିର ହୋଇଛି ।

ଏଥି ନିମନ୍ତେ ଅନୁଷ୍ଠାନ ପକ୍ଷରୁ ପ୍ରତିଷ୍ଠାତା ସାଂସଦ ଶ୍ରୀ ସାହୁଙ୍କ ସହିତ ଆଲୋଚନା କରାଯାଇ ନିର୍ଦ୍ଦିଷ୍ଟ ଦିନ କିପରି ଏହା ଶାନ୍ତି ଶୃଙ୍ଖଳାରେ ସମାପ୍ତ ହେବ, ସେ ସଂପର୍କରେ ବିଷଦ ଭାବେ ଆଲୋଚନା ହୋଇଥିଲା ।

ଏହି ବୈଠକକୁ ପଣ୍ଡିତ୍ ମାତୃପ୍ରସାଦ ମିଶ୍ର ସଂଚାଳନ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ସୁଧାଂଶୁ ଶେଖର ରାଉତ, ସଦାଶିବ ମହାପାତ୍ର, ଲିୟାକତ୍ ଅଲ୍ଲି , ଶିଶିର ଶତପଥୀ, ବିରଂଚି ନାରାୟଣ ସେଠ୍, ଅମରେନ୍ଦ୍ର ଦାସ, ଜିତେନ୍ଦ୍ର ପଟ୍ଟନାୟକ, ସରୋଜ କର, ସତ୍ୟନାରାୟଣ କର, ଶ୍ୟାମସୁନ୍ଦର ସାହୁ, ରଞ୍ଜନ ସାହୁ, ମହେନ୍ଦ୍ର ସାହୁ, ସଞ୍ଜୟ ପରିଡା, ଦୁଷ୍ମନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିବାବେଳେ ଅନୁଷ୍ଠାନର କୋଷାଧ୍ୟକ୍ଷ ରୁଦ୍ରାନ୍ତ ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.