Take a fresh look at your lifestyle.

ଟାଟା ପାୱାର କର୍ମଚାରୀଙ୍କ ବିଶ୍ୱକର୍ମା ପୂଜା ଚାନ୍ଦା ଆଦାୟକୁ ନେଇ ଅଭିଯୋଗ

0 13

Get real time updates directly on you device, subscribe now.

ଢେଙ୍କାନାଳ : ପୂର୍ବରୁ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ବୋଡ୍ ଏବଂ ପରେ ସେସୁ କର୍ମଚାରୀମାନେ ବିଶ୍ୱକର୍ମା ପୂଜା ପାଇଁ ଗ୍ରାହକଙ୍କ ଠାରୁ ଚାନ୍ଦା ଆଦାୟ କରୁଥିଲେ । ସଂପୃକ୍ତ ଅଂଚଳର ଲାଇନମ୍ୟାନ ଓ ହେଲପର ଯିଏହେଲେ ଜଣେ ଘରକୁ ଘର ବୁଲି ଶାଳୀନତାର ସହ ଚାନ୍ଦା ଆଦାୟ କରୁଥିଲେ ।

ମାତ୍ର ଏବେ ଟାଟା ପାୱାର କର୍ମଚାରୀମାନଙ୍କ ବିଶ୍ୱକର୍ମା ପୂଜା ଚାନ୍ଦା ଆଦାୟକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଏନେଇ ଗ୍ରାହକମାନେ ଆପତି ଅଭିଯୋଗ ଉଠାଇଛନ୍ତି । ଟାଟା ପାୱାର ବିଦ୍ୟୁତ୍ ବଂଟନ ଦାୟିତ୍ୱ ନେବାପରେ ଗତ ଦୁଇବର୍ଷ ଧରି କରୋନାର ଲହର ଲାଗି ରହିଥିଲା ।

ଫଳରେ ସମସ୍ତ ପୂଜା କଟକଣା ମଧ୍ୟରେ ହେଉଥିବା ବେଳେ ଚାନ୍ଦା ଆଦାୟକୁ ବାରଣ କରାଯାଇଥିଲା । କରୋନା କଟକଣା ହଟିବା ପରେ ଏବେ ଗଣେଶ ପୂଜା ଠାରୁ ଚାନ୍ଦା ଆଦାୟର ମାହୋଲ ଆରମ୍ଭ ହୋଇଛି ।

ଗଣେଶ ପୂଜା ସରୁ ସରୁ ଏବେ ବିଶ୍ୱକର୍ମା ପୂଜା ପାଇଁ ଟାଟା ପାୱାର ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍)ର କର୍ମଚାରୀମାନେ ଏବେ ଦଳ ଦଳ ହୋଇ ଗ୍ରାହକମାନଙ୍କ ଘରକୁ ଯାଇ ଚାନ୍ଦା ଆଦାୟ କରୁଛନ୍ତି ।

କର୍ମଚାରୀମାନେ ଯେତେବେଳେ ଇଚ୍ଛା ସେତେବେଳେ ଲୋକଙ୍କ ଘରକୁ ଯାଉଥିବା ବେଳେ ଘରେ ପୁରୁଷମାନେ ନଥିବା ବେଳେ ଏମାନେ ଗୋଟିଏ ବଡ଼ ଦଳରେ ଚାନ୍ଦା ଆଦାୟ କରିବାକୁ ଯାଉଥିବାରୁ ମହିଳାମାନେ ଏହାକୁ ନାପସନ୍ଦ କରିଛନ୍ତି ।

କେତେକ ଜାଗାରେ ଯୋରଜବରଦସ୍ତ ଚାନ୍ଦା ଆଦାୟ ଦାବି କରୁଥିବା ବିଭାଗୀୟ ଉଚ୍ଚ କର୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.