Take a fresh look at your lifestyle.

ଢେଙ୍କାନାଳ ରେ ଗଜାନନ ଙ୍କୁ ମେଲାଣି…

0 26

Get real time updates directly on you device, subscribe now.

ଢେଙ୍କାନାଳ: ଢେଙ୍କାନାଳ ସହରରେ ଦିର୍ଘ ୬ ଦିନ ଧରି ଗଜାନନ ପୂଜା ପାଉଥିଲେ । ଆଜି ହେଉଛି ମେଲାଣି ଉତ୍ସବ। ଏହି ଉତ୍ସବ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ପ୍ରଥମେ ମୁଖ୍ୟ ଅତିଥି ମାନଙ୍କୁ ଫୁଲ ତୋଡ଼ା, ବ୍ୟାଚ ଓ ଉତ୍ତରୀ ଦେଇ ସ୍ଵାଗତ କରାଯାଇ ଥିଲା I

ଜିଲ୍ଲାପାଳ ସରୋଜ କୁମାର ସେଠୀ, ଅତିରିକ୍ତ ଜିଲ୍ଲାପାଳ ଉଦୟ ନାଥ ମହାପାତ୍ର, ଉପ-ଜିଲ୍ଲାପାଳ ସ୍ନିଗ୍ଧରାଣୀ ଧଳ, ଆରକ୍ଷୀ ଅଧିକ୍ଷ ଲୋଗାନୟlଗି ଦିବ୍ୟା ଭି, ପୌର ନିର୍ବାହୀ ଅଧିକାରୀ ଅତୁନୁ କୁମାର ସାମନ୍ତ, ମିଳିତ ପୂଜା କମିଟି ସଂପାଦକ ବିଶ୍ଵନାଥ ବେହେରା, ସଭାପତି ସୁଧାଂଶୁ କୁମାର ଦଳେଇ, ଉପସଭାପତି କରୁଣାକର ଦଳାଇ ଉପସ୍ଥିତ ଥିଲେ ।

ଅତିଥିମାନେ ଦିପ ପ୍ରଜୂଳନ କରି ଏହି ଭଷାଣୀ ଉତ୍ସବକୁ ଉଦ୍ ଘାଟନ କରିଥିଲେ..ଶ୍ରୀଯୁକ୍ତ ଶରତ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେI
ତାପରେ ୩୩ ଟି ବଜାର ର ଲଟେରୀ ଦ୍ଵାରା ପ୍ରଥମ , ଦିତୀୟ ଓ ତୃତୀୟ ଓ ସବୁ ୩୩ ଟି ସ୍ଥାନ ବଛାଯାଇଥିଲା I

 ସେହି କାର୍ଯ୍ୟକ୍ରମରେ ବଜାର ଓ କ୍ଳବ ର ମେଢ ମାନେ ବିଭିନ୍ନ ବାଦ୍ୟ ଓ ଘୋଡାନାଚ ଓ ବ୍ୟାଣ୍ଡ ପାଟି ଦ୍ଵାରା ଭଷାଣି କରାଯାଇ ଥିଲା। ବିଗତ ଦୁଇ ବର୍ଷ ହେଲା ଏହି ଭଷାଣି ପାଳନ ହୋଇ ନ ଥିଲା । ୫ ହଜାରରୁ ଉର୍ଦ୍ଧ୍ଵ ଯୁବକ ଏହି କାର୍ଯ୍ୟକ୍ରମରେ ଯୋଗ କରିଥିଲା ।

ଏହି ଉଷାଣିରେ ଏକ ବିରାଟକାୟ ଲଡୁ ନିଲାମ ହୋଇଥିଲା , ୮୦୦୦ ଟଙ୍କାର ଡାକି ଗଣେଶ ବଜାର ପୂଜା କମିଟି ଦ୍ଵାରା ନିଲାମ ଲଡୁକୁ ସଂଗ୍ରହ କରିଥିଲା ।

  ଏହି ଭଷାଣି ଉତ୍ସବରେ ଦେଢ ପ୍ଲାଟୁନ ପୋଲିସ୍ ଫୋର୍ସ ଶାନ୍ତି ଶୃଙ୍ଖଳା ପାଇଁ ଯୋଗ ଦେଇଛନ୍ତି । ପି .ଏଚ୍ .ଡି ପକ୍ଷରୁ ପାଣି ସୁବିଧା ସବୁ ଜାଗାରେ ଲାଗିଛି । ଅସ୍ଥାୟୀ ପୋଲିସ୍‌ ଟେଣ୍ଡ କରାଯାଇଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.