Take a fresh look at your lifestyle.

ଦୁଷ୍କର୍ମ ଅଭିଯୁକ୍ତ ନିର୍ଦୋଷ ରେ ଖଲାସ

0 59

Get real time updates directly on you device, subscribe now.

କାମାକ୍ଷାନଗର( ରାଜ କିଶୋର ରାଉତ) : କାମାକ୍ଷାନଗର ଅତିରିକ୍ତ ଜିଲ୍ଲା ଦୌରାଜଜ ଶ୍ରଦ୍ଧାଞ୍ଜଳି ରାଏ  ଭୁବନ ଥାନା ଅଂଚଳ ର ଏକ ଦୁଷ୍କର୍ମ ମାମଲା ର ବିଚାର କରି ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଭିଯୁକ୍ତ କୁ ନିର୍ଦୋଷ ରେ ଖଲାସ କରିଛନ୍ତିI

ବିବରଣୀ ରୁ ପ୍ରକାଶ ଯେ ଭୁବନ ଥାନା ଅଂଚଳ ର କାନଖାଇ ଗ୍ରାମ ର ଜଣେ ମହିଳା ଭୁବନ ଥାନା ରେ 09/11/2019 ତାରିଖ ଦିନ ଅଭିଯୋଗ କରିଥିଲେ ଯେ ସେହି ଗ୍ରାମ ର ମଦନ ଦିଆଣୀ ତାଙ୍କ ସାଙ୍ଗରେ ବଳପୂର୍ବକ ଦୁଷ୍କର୍ମ କରିଥିଲେ I

ଭୁବନ ପୋଲିସ ଏହାକୁ ପୋଲିସ ଷ୍ଟେସନ କେଶ ନମ୍ବର 295 / 2019 ରେ ଦଫା 376 (2)(n),323 ଓ 506 ଭାରତୀୟ ପିଙ୍ଗଳ କୋର୍ଡ଼ ରେ ରେଜିଷ୍ଟ୍ରସନ କରି ଆସାମୀ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେI

ଚାର୍ଜ ସିଟ ଦାଖଲ ପରେ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ କାମାକ୍ଷାନଗର ଙ୍କ କୋର୍ଟ ରେ କେଶ ନମ୍ବର ସିଟି ( ଏସ ଏସ ) 34 /20 ରେ ବିଚାର ହୋଇ 13 ଜଣ ସାକ୍ଷୀ ଙ୍କ ବୟାନ ନିଆଯାଇଥିଲା I

ସମସ୍ତେ ସାକ୍ଷ୍ୟ ପ୍ରମାଣ କୁ ଭିତ୍ତି କରି ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ ଶ୍ରଦ୍ଧାଞ୍ଜଳି ରାଏ  ଆସାମୀ ମଦନ ଦିଆଣୀ କୁ 6.9.2922 ତାରିଖ ଦିନ ନିର୍ଦୋଷ ରେ ଖଲାସ କରିଛନ୍ତି I ଆସାମୀ ପକ୍ଷରୁ ଆଇନଜୀବୀ ସର୍ବଜିତ ଜୀ ମାମଲା ପରିଚାଳନା କରୁଥିଲେ I

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.