Take a fresh look at your lifestyle.

ଶହୀଦ ସରୋଜ ସାହୁଙ୍କ ପାଇଁ ବଣସିଂହ ଅଞ୍ଚଳ ଗର୍ବିତ

ଶହୀଦ ସରୋଜ ସାହୁଙ୍କ ୨୫ତମ ବଳିଦାନ ଦିବସ ଓ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ

0 35

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ବଣସିଂହଠାରେ ଶହୀଦ ସରୋଜ ସାହୁଙ୍କ ୨୫ତମ ବଳିଦାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଶହୀଦଙ୍କର ଏକ ପୂର୍ଣ୍ଣାବୟାବ ପ୍ରତିମୂର୍ତ୍ତି ଅତିଥିମାନଙ୍କ ଦ୍ୱାରା ଅନାବରଣ ହୋଇଛି ।

ଉତ୍ସବରେ ମୁଖ୍ୟଅତିଥି ଭାବରେ ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଶହୀଦ ସରୋଜଙ୍କ ପାଇଁ ବଣସିଂହ ଅଞ୍ଚଳ ଗର୍ବିତ ବୋଲି କହିଥିଲେ ।

ଢେଙ୍କାନାଳ ସାଂସଦ ମହେଶ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶହୀଦ ସରୋଜ ଦେଶମାତୃକା ପାଇଁ ଜୀବନ ଦେଇ ତାଙ୍କ ନାମକୁ ସେ ଇତିହାସରେ ସ୍ୱାକ୍ଷର ବହନ କରିଛନ୍ତି ।

ତାଙ୍କପାଇଁ ଆମେ ଏବଂ ଏ ମାଟି ଚିରକାଳ ଗର୍ବ ଅନୁଭବ କରିବ ବୋଲି କହିଥିଲେ । ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଶହୀଦ ସରୋଜଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ ବୋଲି ମତବ୍ୟକ୍ତ କରିଥିଲେ ।

ରାଜ୍ୟ ଯୁବ କଲ୍ୟାଣ ପରିଷଦର ଅଧ୍ୟକ୍ଷ ବିଜୟ ନାୟକ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଶହୀଦ ସରୋଜଙ୍କୁ ଯେଉଁ ମାଟି ଜନ୍ମ ଦେଇଛି ସେ ଧନ୍ୟ ହୋଇଛନ୍ତି ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସଦର ବିଡିଓ ସୁଧୀର କୁମାର ନାୟକ, ବଣସିଂହ ସରପଞ୍ଚ ପ୍ରମିଳା ବେହେରା, ସମିତିସଭ୍ୟା ରଞ୍ଜିତା ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।

ଶିକ୍ଷକ ନେତା ତଥା ଶହୀଦଙ୍କ ମାମୁଁ ବିପ୍ରବର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରି ୧୯୯୭ ମସିହା ସେପ୍ଟେମ୍ବର ୩ ତାରିଖରେ କାଶ୍ମୀରର ଲାଲବଜାର ଅଞ୍ଚଳରେ ଉଗ୍ରପ୍ରନ୍ଥୀଙ୍କ ସହ ଲଢେଇ କରି ସରୋଜ ସାହୁ ଶହୀଦ ହୋଇଥିଲେ ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି, ସାମରିକ ଏବଂ ଅର୍ଦ୍ଧସାମରିକ ବାହିନୀର ଅବସରପ୍ରାପ୍ତ କର୍ମଚାରୀଙ୍କ ସମେତ ଶହୀଦ ସରୋଜଙ୍କ ମା’ ଗୋଲାପ ସାହୁ, ଭାଇ ସଞ୍ଜୟ ସାହୁ, ସୌଭାଗ୍ୟ ସାହୁ ଓ ପରିବାର ବର୍ଗ ଉପସ୍ଥିତ ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.