Take a fresh look at your lifestyle.

ପୁରାତନ ଛାତ୍ରସଂଘ ପକ୍ଷରୁ ଗୁରୁପୂଜନ ଉତ୍ସବ

0 4

Get real time updates directly on you device, subscribe now.

ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ବଣସିଂହ ସରକାରୀ ଉଚ୍ଚବିଦ୍ୟାଳୟ ପୁରାତନ ଛାତ୍ରସଂଘ ପକ୍ଷରୁ ଶନିବାର ଏକ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ ଗୁରୁମାନଙ୍କୁ ସମ୍ମାନ ଦେବା ଅର୍ଥ ନିଜେ ସମ୍ମାନିତ ହେବା ବୋଲି କହିଥିଲେ । ତେଣୁ ଏଭଳି କାର୍ଯ୍ୟକ୍ରମ ସବୁବେଳେ ଜାରି ରହିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ ।

ବିଶିଷ୍ଟ ଅତିଥି ଭାବରେ ସାଂସଦ ମହେଶ ସାହୁ ଯୋଗଦେଇ ଗୁରୁମାନେ ଆମର ପଥପ୍ରଦର୍ଶକ । ତାଙ୍କପାଇଁ ଆମେ ଆଜି କଥା କହିବାର ସୁଯୋଗ ପାଇଛେ । ତେଣୁ ଗୁରୁ ଆମ ପାଇଁ ସବୁବେଳେ ନମସ୍ୟ ବୋଲି ପ୍ରକାଶ କରିଥିଲେ ।

ରାଜ୍ୟ ଯୁବକଲ୍ୟାଣ ପରିଷଦର ଅଧ୍ୟକ୍ଷ ବିଜୟ କୁମାର ନାୟକ ଏବଂ ଜିଲ୍ଲା ପରିଷଦ ସଭାପତି ଅର୍ଚ୍ଚନା ପୁହାଣ ଉତ୍ସବରେ ଯୋଗଦେଇଥିଲେ । ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ କମିଟିର ସଭାପତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୁରାତନ ଛାତ୍ରସଂଘର ସଭାପତି ମୁରଲୀଧର ପଣ୍ଡା, ବର୍ତ୍ତମାନର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସଂଜୟ କୁମାର ଭୋଇ ମଞ୍ଚାସୀନ ଥିଲେ ।

ପୁରାତନ ସଂଘର ସଂପାଦକ ବିପିନ ବିହାରୀ ଶତପଥୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ସଭ୍ୟ ଶିଶିର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

 ଏହି ଅବସରରେ ବଣସିଂହ ଗ୍ରାମପଞ୍ଚାୟତ ଅଞ୍ଚଳର ୪୯ ଜଣ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମାନପତ୍ର, ଉପଢୌକନ ଏବଂ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.