Take a fresh look at your lifestyle.

ପୂଜା ମଣ୍ଡପ “ମୁଁ ଭୁବନକୁ ଭଲ ପାଏ ” ଉଦଘାଟିତ

0 34

Get real time updates directly on you device, subscribe now.

ଭୁବନ : ଭୁବନର ପ୍ରସିଦ୍ଧ ଦଶହରା ପର୍ବ ପରେ ଯୁବ ସମାଜ ଷ୍ଟାର କ୍ଳବ ଅଗ୍ରପୁଜ୍ୟ ଗଜାନନଙ୍କର ପୂଜାକୁ ନେଇ ଯେଉଁ ଗଣ ପର୍ବ ଆରମ୍ଭ କରିଥିଲା ଆଜି ତାହା ଏକ ମହାପର୍ବ ରେ ପ୍ରସିଦ୍ଧ ଲାଭ କରିପାରିଛି ।

ଏବେ ଭୁବନ ଦ୍ୱିତୀୟ ଦଶହରା କହିଲେ ଗଣେଷ ପୂଜାକୁ ବୁଝାଉଛି । ଯେଉଁଥିରେ ହଜାର ସଂଖ୍ୟାର ଅଧିକ ଯୁବଗୋଷ୍ଠୀ ସାମିଲ ହୋଇ ନିଜସ୍ବ ବାର୍ଷିକ ପକେଟ ଖର୍ଚ୍ଚ ବଳରେ ଠିଆ କରିପାରିଇଛନ୍ତି ସାଦୃଶ୍ଯମାନ ମୁଁ ଭୁବନ କୁ ଭଲ ପାଏ I ଯାହାକି କୌଣସି ସରକାରୀ କିମ୍ବା ବେସରକାରୀ ସଂସ୍ଥା ଦ୍ୱାରା କରାଯାଇନଥିଲା I

ତା ସାଙ୍ଗ କୁ ତୋରଣ ଓ ପ୍ରଭୁ ଗଜାନନଙ୍କର ମୂର୍ତ୍ତିମାନ । ସୂର୍ଯ୍ୟାଂଶୁ କ୍ଳବ ଦ୍ୱାରା ନିର୍ମିତ ମୁଁ ଭୁବନ କୁ ଭଲ ପାଏ କୁ ନଡ଼ିଆ ଭାଙ୍ଗି ଉଦଘାଟନ କରିଛନ୍ତି ଭୁବନ ଥାନାଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ ଭାରତୀୟ ସାମ୍ବାଦିକ ମହାସଂଘ ର ରାଜ୍ୟ ସଭାପତି ପୂର୍ଣ୍ଣ ଚନ୍ଦ୍ର ସାହୁ କ୍ଳବ ସଭାପତି କୁନା ଦାସ I

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.