Take a fresh look at your lifestyle.

ଭୁବନ ଗଣେଷ ପୂଜା ଖବର

0 1

Get real time updates directly on you device, subscribe now.

ଭୁବନ: ଭୁବନର ପୂଜାମଣ୍ଡପରେ ସତେଇଶ ଟି ମେଢ଼ ଶୋଭା ପାଉଛିI ଆକର୍ଷଣୀୟ ତୋରଣ ସହ ଲାଇଟ ଗେଟ ସନ୍ଦ୍ୟା ସମୟ ରେ ବେଶ ଝିକିମିକି କରୁଛି I

ପାଖ ଆଖ ଲୋକ ଙ୍କର ବେଶ ଭିଡ଼ ଜମୁଛି I ପ୍ରଶାସନ ତରଫରୁ ଭିଡକୁ ନିୟନ୍ତ୍ରଣ ଓ ଟ୍ରାଫିକ ବ୍ୟବସ୍ଥାକୁ ସାମାନ୍ଯ ରଖିବା ନିମନ୍ତେ ଦୁଇଚକିଆ, ଚାରିଚକିଆ ଓ ଭାରିଯାନ ଚଳାଚଳ ଉପରେ ପୂର୍ବ ନିଷ୍ପତି ଅନୁସାରେ କାଳୀବଜାର ଠାରେ ବାରିକେଡ ଯୋଗେ ରୋକ ଲଗାଯାଇଛି ।

କେବଳ ଦର୍ଶକ ଚାଲିଚାଲି ଯାଇ ପୂଜାମଣ୍ଡପ ଦର୍ଶନ କରିପାରିବେ । ଭିଡ଼ କୁ ନିୟନ୍ତ୍ରଣ କରିବା ପାଇଁ ଗୁରୁ ବାର ଠାରୁ କାଳିବଜାର, ନୀଳମାଧବ ପେଟ୍ରୋଲ ପମ୍ପ ଏବଂ ଶ୍ରୀ ଅରବିନ୍ଦ ସ୍କୁଲ ରାସ୍ତାରେ ରୋକ ଲାଗିବ ବୋଲି ଥାନାଧିକାରୀ ଜଣାଇଛନ୍ତି I

ଗଣପତର କେଦାରନାଥ ଓ ନାଇସ କ୍ଳବ ର ବିଶ୍ୱ ଶାନ୍ତି ମହାଯଜ୍ଞ, ସୂର୍ଯ୍ୟଂଶୁ କ୍ଳବର ମୁଁ ଭୁବନକୁ ଭଲ ପାଏ ବେଶ ଆକର୍ଷଣୀୟ ହୋଇ ପାରିଛିI  ଗଣେଶ ପୂଜା ଦେଖିବାକୁ ଆସୁଥିବାକୁ ସୁକିନ୍ଦା ଗ୍ରାମ ର ଦୁର୍ଗାବତୀ ଦେବୀ (45) ନାଟକଟା ନିକଟରେ ଏକ ଷଣ୍ଢ ସହ ଧକ୍କା ହୋଇ ଗୁରୁତର ଅବସ୍ଥାରେ ଭୁବନ ଡାକ୍ତରଖାନା ରେ ଚିକିତ୍ସା ହେଉଥିବା ଜଣାପଡିଛି I ତାଙ୍କ ପୁଅ ର ବାମ ଗୋଡ଼ ଖଣ୍ଡିଆ ହୋଇଛି I

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.