Take a fresh look at your lifestyle.

ମହିଳା କର୍ମଚାରୀ ଜଙ୍ଗଲରୁ ମୁଣ୍ଡରେ ବୋହିଲେ କାଠ

ବିଦ୍ୟାଳୟ ଚାଲୁଥିଲା ବେଳେ ପ୍ରଧାନ ଶିକ୍ଷକ ଜାଣି ନଜାଣିଲା ପରି ନିଜ ଦୋଷ ଘୋଡାଇବାକୁ ସାମ୍ବାଦିକଙ୍କୁ ଲାଞ୍ଚ ଯାଚିଲେ

0 2

Get real time updates directly on you device, subscribe now.

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ): କଙ୍କଡାହାଡ଼ ବ୍ଲକ ଘାଗରାମୁଣ୍ଡା ସେବାଶ୍ରମ ଗତ ଶନିବାର ଦିନ ଏକ ଅଭାବନୀୟ ଘଟଣା ଘଟିଅଛି ।ଦୁଇ ମହିଳା କର୍ମଚାରୀ ଜଙ୍ଗଲ କୁ ଯାଇ ମୁଣ୍ଡରେ ଭରା କାଠ ବୋହି ସେବାଶ୍ରମ ଭିତରକୁ ନେଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

ସରକାର ମା କୁ ସମ୍ନାନ ଦେଉଥିବା ପ୍ରଚାର ପ୍ରସାର କରୁଥିଲା ବେଳେ ଘାଗରାମୁଣ୍ଡା ସେବାଶ୍ରମ ରେ ଏହାର ଧଜିଆ ଉଡାଯାଉଛି ।ସେବାଶ୍ରମକୁ ଜାଳେଣୀ ପାଇଁ ଟଙ୍କା ଆସୁଥିଲା ବେଳେ ଦୁଇ ମହିଳା କର୍ମଚାରୀ ଙ୍କୁ ବିପଦରେ ପକାଇ ଜଙ୍ଗଲକୁ ଜାଳେଣି କାଠ ମୁଣ୍ଡରେ ବୋହି ଆଣିବା ପାଇଁ ଅନୁମତି ଦେଲା କିଏ ?

ଦୁଇ ମହିଳା କର୍ମଚାରୀ ଙ୍କ ଜଙ୍ଗଲ ରେ କିଛି ଅସୁବିଧା ହେଇଥିଲେ ଏଥିପାଇଁ ଉତ୍ତର ଦାୟୀ କିଏ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୁଏ ।ଘାଗରାମୁଣ୍ଡା ଜଙ୍ଗଲରେ ହାତୀ ପଲ ଚଳପ୍ରଚଳ କରୁଥିଲା ବେଳେ ଦୁଇ ମହିଳା କର୍ମଚାରୀ ନିଜ ଜୀବନକୁ ବିପଦରେ ପକାଇ କାଠ ପାଇଁ ବାଧ୍ୟ ବାଧକତାରେ ଯାଇଛନ୍ତି ।

ଦୁଇ ମହିଳା କର୍ମଚାରୀ ରେବତୀ ପ୍ରଧାନ ହେଉଛନ୍ତି ସେବାଶ୍ରମର କୋକ କମ ଆଟେନାଣ୍ଟ ଅନ୍ୟ ଜଣେ ହେଲେ ମାଳତୀ ଦେହୁରୀ ୱାର୍ଡ ଓ ୱାଚର ଭାବେ ସେବାଶ୍ରମ ରେ ଆବାସିକରେ ରହୁଥିବା ଆଦିବାସୀ ଛାତ୍ରୀ ମାନଙ୍କ ପାଇଁ କାର୍ଯ୍ୟ କରୁଥିଲା ବେଳେ ଗତ ଶନିବାର ମୁଣ୍ଡରେ ଭରା କାଠ ଜଙ୍ଗଲ ରୁ ସେବାଶ୍ରମ ଆବାସିକ କୁ ଆଣିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା ।

ସେବାଶ୍ରମ ବିଦ୍ୟାଳୟ ଚାଲୁଥିବା ବେଳେ ପ୍ରଧାନ ଶିକ୍ଷକ ତ୍ରିଥବାସୀ ମହାନ୍ତି କହିଛନ୍ତି ମୁଁ କିଛି ଜାଣି ନାହିଁ ସେମାନେ ନିଜ ଇଚ୍ଛାରେ ଯାଇଛନ୍ତି ।ଏଠି ପ୍ରଶ୍ନ ଉଠେ ବିଦ୍ୟାଳୟରେ କିଏ କେତେବେଳେ ଯାଏ ଆସେ ପ୍ରଧାନ ଶିକ୍ଷକ ଙ୍କୁ ନଜଣାଇ ବାହାରକୁ ଯାଉଥିବାର କିଛି ନୁଆ ନିୟମ ଘାଗରାମୁଣ୍ଡା ସେବାଶ୍ରମ ପାଇଁ କି ସାଧାରଣ ରେ ଚର୍ଚ୍ଚା ହେଉଅଛି ।

ଏ ସମ୍ପର୍କରେ ବ୍ଲକ ସମାଜ ମଙ୍ଗଳ ଅଧିକାରୀ ସୁରେଶ ଚନ୍ଦ୍ର ପଣ୍ଡା କୁହନ୍ତି ପ୍ରଧାନ ଶିକ୍ଷକ କହିଛନ୍ତି ଦୁଇ ମହିଳା କର୍ମଚାରୀ ନିଜ ଘର ପାଇଁ କାଠ ଆଣୁଥିଲେ ଏଥିରୁ ଅନୁମାନ କରୁଥିବେ ପ୍ରଧାନ ଶିକ୍ଷକ କେତେ ସତ କହୁଛନ୍ତି ।

ଘଟଣାର ସତ୍ୟତା ସାମ୍ନାକୁ ଆସିଲା ପରେ ଖବର ପ୍ରକାଶ ନକରିବା ପାଇଁ ପ୍ରଧାନ ଶିକ୍ଷକ ତୀର୍ଥବାସୀ ମହାନ୍ତି ସାମ୍ବାଦିକଙ୍କୁ ଟଙ୍କା ଲାଞ୍ଚ ଦେବା ପାଇଁ ପ୍ରୟାସ କରୁଥିଲା ବେଳେ ସାମ୍ବାଦିକ ମାନେ ଲାଞ୍ଚ ନନେବା ପାଇଁ ମନା କରୁଥିବାର ଦୃଶ୍ୟ ନଜର କୁ ଆସିଛି ।

ଏ ସମ୍ପର୍କରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପରମାନନ୍ଦ ପୃଷ୍ଟି କହିଛନ୍ତି ଏମିତି ହେବା ଉଚିତ ନୁହଁ ଘଟଣାର ସତ୍ୟତା ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏହି ଖବର ଉପରେ ଢେ଼ଙ୍କାନାଳ ଜିଲାପାଳ ସରୋଜ କୁମାର ସେଠୀଙ୍କୁ ପଚାରିବାରୁ ସେ କହିଲେ ଏଭଳିଆ ଅଭିଯୋଗ ଆସିନାହିଁ ଆପଣଙ୍କ ଠାରୁ ଜାଣିବାକୁ ପାଇଲେ ଜିଲା  ମଙ୍ଗଳ ଅଧିକାରୀଙ୍କୁ କହିବେ ତଦନ୍ତ କରିବା ପାଇଁ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.