Take a fresh look at your lifestyle.

ଭୀମଭୋଇ ସାମର୍ଥ୍ୟ ଶିବିର ରେ ୩୬୫ ଭୀନ୍ନକ୍ଷମଙ୍କୁ ପ୍ରମାଣପତ୍ର ଓ ସହାୟତା ମିଳିଲା

0 5

Get real time updates directly on you device, subscribe now.

ଭୁବନ : ଭୁବନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ପ୍ରଶାସନ ତରଫରୁଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ମାନସିକ ଅନଗ୍ରସର ୭୮ ଜଣ , ଅସ୍ଥିଶଲ୍ୟ ୧୫୫ ଜଣ , ଶବଣବାଧକ ୭୬ , ଦୃଷ୍ଟିବାଧକ ୩୬ ଜଣ , ମେଡିସିନ ୧୨ ଜଣ ସମୁଦାୟ ୩୬୫ ଜଣ ଭିନ୍ନକ୍ଷମଙ୍କୁ ବିଶେଷଜ୍ଞ ଙ୍କ ଦ୍ୱାରା ପରୀକ୍ଷା କରାଯାଇ ପ୍ରମାଣପତ୍ର ଓ ସହାୟତା ପ୍ରଦାନ କରାଯାଇ ଥିବା ବ୍ଲକ ସୂତ୍ରରୁ ଜଣାପଡିଛି । ରାଜ୍ୟ ସରକାର ଙ୍କ ତରଫରୁ ଭିନ୍ନକ୍ଷମ ମାନଙ୍କ ମାନୁଆଲ ସାର୍ଟିଫିକେଟ ଅଗଷ୍ଟ ୩୧ ପରେ ଆଉ ଗ୍ରହଣୀୟ ନଥିବାକାରଣରୁ ସମସ୍ତ ଙ୍କୁ ଡିଜିଟାଲ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।

ଜିଲ୍ଲା ମୁଖ୍ୟ ଚିକିସôାଧିକାରୀ ଡା . ଅଶୋକ କୁମାର ଦାଶ , ଅସ୍ଥିଶଲ୍ୟ ବିଶେଷଜ୍ଞଡା. ପ୍ରଦ୍ୟୋତ କୁମାର ବେହେରା , ଭେଷଜ ବିଶେଷଜ୍ଞ ଡା.ରାଜକିଶୋର ସେଠୀ , ବିଡିଓ କଲ୍ୟାଣ ସୌରଭ ଦାଶ , ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ବିଜନ କୁମାରମିଶ୍ର ,ଜିପିଇଓ ଶ୍ରୀକାନ୍ତ ବେହେରା , ଆକାଉଣ୍ଟସ ଅଫିସର ପ୍ରଶାନ୍ତ କୁମାର ମିଶ୍ର , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭେନ୍ଦୁ ଖୁଣି୍ଟଆ ପ୍ରମୁଖ ଉପସ୍ଥିତ ଥିଲେ ।

 ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ର ଏନ ଏସଏସ ,ଭୁବନ ଉଚ୍ଚ ବିଦ୍ୟାଳୟ ର ସ୍କାଉଟ ଆଣ୍ଡ ଗାଇଡ ଛାତ୍ର ଓ ଭୁବନ ପୋଲିସ ପ୍ରଶାସନ ସହଯୋଗ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.