Take a fresh look at your lifestyle.

 ନନ୍ଦିନୀ ଦେବୀ ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

0 32

ଢେଙ୍କାନାଳ: ରାଜ୍ୟ କୃଷି, ମତ୍ସ୍ୟ ସମ୍ପଦ ଓ ପ୍ରାଣୀଧନ ବିଭାଗର ମନ୍ତ୍ରୀ ତଥା ପଡୋଶୀ ଆଠଗଡ ନିର୍ବାଚନ ମଣ୍ଡଳୀର ପ୍ରତିନିଧି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟାଳୟରେ ସ୍ୱାଧିନତା ଦିବସର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ପତାକା ଉତୋଳନ ପରେ ଦିନ ସାଢେ ୧୧ଟା ବେଳକୁ ଢେଙ୍କାନାଳ ସହର କୁଟୁଣିଆଁ ପାହାଡ ପାଦଦେଶରେ ଅବସ୍ଥିତ ନନ୍ଦିନୀ ଦେବୀ ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟକୁ ମିଷ୍ଟାନ୍ନ ବଂଟନ ପାଇଁ ଆସିଥିଲେ ।

ତାଙ୍କସହ ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ, ଜିଲ୍ଲାପାଳ ସରୋଜ କୁମାର ସେଠୀ, ଆରକ୍ଷୀ ଅଧିକ୍ଷକ ଏଲ୍. ଦିବ୍ୟା. ଭି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭେନ୍ଦୁ କୁମାର ଖୁଂଟିଆ ଏବଂ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ପ୍ରମୁଖ ସାମିଲ୍ ହୋଇଥିଲେ । ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏହି ଅବସରରେ ବିଦ୍ୟାଳୟ ବିଷୟରେ ପଚାରି ବୁଝିଥିଲେ ଏବଂ ବିଦ୍ୟାଳୟ ଉନ୍ନତିରେ ତାଙ୍କର ସହଯୋଗ ରହିବ ବୋଲି କହିଥିଲେ ।

ବିଦ୍ୟାଳୟ ପରିଚାଳନା କମିଟି ତଥା ଅକ୍ଷମ କଲ୍ୟାଣ ସମିତିର ସଭାପତି ପ୍ରଦୁ୍ୟମ୍ନ ରଥ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ସଂପାଦକ ବିଶ୍ୱନାଥ ବେହେରା ବିଧାୟକ ଶ୍ରୀ ସାମଲଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବିଦ୍ୟାଳୟର ପରିବେଶ ଦେଖି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସନ୍ତୋଷ ପ୍ରକଟ କରିଥିଲେ । ମିଷ୍ଟାନ୍ନ ବଂଟନ କାର୍ଯ୍ୟକ୍ରମ ପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଦ୍ୟାଳୟରୁ ବିଦାୟ ନେଇଥିଲେ ।

- Advertisement -

Leave A Reply

Your email address will not be published.