Take a fresh look at your lifestyle.

କଲ୍ୟାଣ ସୌରଭ ଦାଶ ଭୁବନ ବ୍ଲକରେ ନୂତନ ବିଡିଓ ଭାବେ ଯୋଗଦେଲେ

0 131

Get real time updates directly on you device, subscribe now.

ଭୁବନ : ଭୁବନ ବ୍ଲକରେ କଲ୍ୟାଣ ସୌରଭ ଦାଶ ନୂତନ ବିଡିଓ ଭାବେ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି । ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଙ୍କ ସମେତ ସମସ୍ତ କର୍ମଚାରୀ ନୂତନ ବିଡିଓ ଶ୍ରୀଯୁକ୍ତ ଦାଶଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ବିଡିଓ ଶ୍ରୀ ଦାଶ ଏହା ପୂର୍ବରୁ ବାଲିକୁଦା ବ୍ଲକରେ କାର୍ଯ୍ୟକରି ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି ।

ଜଣେ କର୍ତବ୍ୟନିଷ୍ଠ ଓ ଦକ୍ଷ ଅଫିସର ଭାବେ ବେଶ୍ଜଣାଶୁଣା । ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ଭାବେ ବହୁ ପ୍ରତିଭା ଓ ସମ୍ମାନ ସାଉଁଟିଛନ୍ତି । ସଙ୍ଗୀତଗାନ , ଡ୍ରାମାରେ ଅଭିନୟ ,ଲେଖକ ଓ ସୁସାହିତ୍ୟିକ ଭାବେ ପରିଚିତା ଶ୍ରୀ ଦାଶ ଭୁବନେଶ୍ୱର ଆଇ ଆଇ ଟି ରୁ ପିଏଚଡି ହାସଲ କରିଥିବା ଜଣାପଡିଛି ।

ଦାଶ ଙ୍କ ସମୟରେ ଭୁବନ ବ୍ଲକରେ ଦ୍ରୁତ ବିକାଶ ହେବ ବୋଲି ଆଶା କରାଯାଉଛି । ପୂର୍ବତନ ବିଡିଓ ଆଶୀର୍ବାଦ ପରିଡାମଧ୍ୟ ଜଣେ ଦକ୍ଷ ଅଫିସର ଭାବେ ଭୁବନରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟିକର ଡିପାର୍ଟମେଣ୍ଟକୁ ବଦଳ ହୋଇଯାଇଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.