Take a fresh look at your lifestyle.

ଢେଙ୍କାନାଳ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଜାତୀୟ ପତାକା ଉତୋଳନ

0 28

Get real time updates directly on you device, subscribe now.

ଢେଙ୍କାନାଳ: ଢେଙ୍କାନାଳ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଆଜି ୭୬ତମ ସ୍ୱାଧିନତା ଦିବସ ଧୂମ୍ଧାମ୍ରେ ପାଳନ କରାଯାଇଛି । ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିବା ସହ ଦେଶର ମହାନ୍ ପୁରୁଷ, ବୀର ଓ ସହୀଦ ଯେଉଁମାନଙ୍କର ଅକ୍ଲାନ୍ତ ପରିଶ୍ରମ, ତ୍ୟାଗ, ସଂଘର୍ଷ ଓ ବଳୀଦାନରେ ଦେଶ ବ୍ରିଟିଶ୍ ଶାସନରୁ ମୁକ୍ତ ହୋଇ ସ୍ୱାଧିନତା ପ୍ରାପ୍ତ ହୋଇଥିଲା

ସେମାନଙ୍କୁ ନମନ କରିବା ସହ ତାଙ୍କର ସ୍ମୃତିଚାରଣ କରିଥିଲେ । ସେମାନଙ୍କ ଦ୍ୱାରା ପ୍ରଦତ ସ୍ୱାଧିନତାକୁ ଅକ୍ଷୁର୍ଣ୍ଣ ରଖିବା ସହ ଦେଶର ବିକାଶରେ ସମସ୍ତେ ସହଭାଗି ହେବା ପାଇଁ ଆହ୍ୱାନ ଦେଇଥିଲେ । ତତ୍ ସଙ୍ଗେ ସଙ୍ଗେ ଜଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେତେକ ଐତିହାସିକ ପଦକ୍ଷେପ ଓ ନିଷ୍ପତି ଉପରେ ଆଲୋକପାତ କରିଥିଲେ ।

ଜିଲ୍ଲା ସାଧାରଣ ସଂପାଦକ ସୁନିଲ୍ ଶର୍ମା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ସ୍ଥଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିରୋଜ ନଳିନୀ ମହାଳିକ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର, ଢେଙ୍କାନାଳ ନଗରପାଳିକା ଜୟନ୍ତୀ ପାତ୍ର, ଜିଲ୍ଲା ମିଡିଆ ସେଲ୍ ପ୍ରଭାରୀ ନବକିଶୋର ଗୁରୁ, ଜିଲ୍ଲା ଉପସଭାପତି ବିଷ୍ଣୁପ୍ରସାଦ ଲେଙ୍କା, ମାତୃପ୍ରସାଦ ନନ୍ଦ, ସନାତନ ବେହେରା, ଭାରତୀ ସ୍ୱାଇଁ, ଜିଲ୍ଲା ସମ୍ପାଦିକା ଅନିତା ଦାସ, ଜିଲ୍ଲା କୋଷାଧ୍ୟକ୍ଷ ସଞ୍ଜିବ ମହାପାତ୍ର, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମହାଦୀପ ଯଶୋବନ୍ତ ମହିମା, ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ରତ୍ନପ୍ରଭା ପଣ୍ଡା, ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟରଞ୍ଜନ ଭୂୟାଁ, ନଗରମଣ୍ଡଳ ସଭାପତି ଧୃବଚରଣ ସ୍ୱାଇଁ, ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ସସ୍ମିତା ସାମଲ, ସବିତା ନାୟକ, ଉଲି ନାୟକ, ଅନିତା ଦାସ, ଜିଲ୍ଲା ଆଇଟି ସେଲ୍ ପ୍ରଭାରୀ ରମ୍ୟରଞ୍ଜନ ମହାପାତ୍ର, ସୋଶିଆଲ୍ ମିଡିଆ ପ୍ରଭାରୀ ସୂଚିତ୍ର ବେହେରା, କାଉନ୍ସିଲର ବଳରାମ ସେଠୀ, ବିଭୁତି ଷଣ୍ଢ, ବିଭୁ ପଟ୍ଟନାୟକଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.