Take a fresh look at your lifestyle.

ଆଜିଠାରୁ ଭାଦ୍ରବ ମାସର ପ୍ରଥମ ରବିବାର ଥିବାରୁ ଖୁଦୁରୁକୁଣି ଓଷା ଆରମ୍ଭ

0 26

Get real time updates directly on you device, subscribe now.

ଢେଙ୍କାନାଳ: ଢେଙ୍କାନାଳରେ ଆରମ୍ଭ ହୋଇଛି ଖୁବୁରୁକୁଣି ଓଷା । ଓଡ଼ିଆ ଘରେ ଯେପରି ବାର ମାସରେ ତେର ପର୍ବ ହୋଇଥାଏ ସେହି ପରି ଖୁଦୁରୁକୁଣି ହେଉଛି ଝିଅ ଓ ବୋହୁଙ୍କର ଏକ ବଡ ପର୍ବ। ଏହି ପର୍ବ ଭାଦ୍ରବ ମାସର ପ୍ରତ୍ୟକ ରବିବାର ହୋଇଥାଏ ।

ସକାଳୁ ଉଠି ଝିଅ ବୋହୁ ମାନେ ଫୁଲ ତୋଳି ମାଳ ଗୁନ୍ଥି ବାଲୁକା ରେ ମା ମଙ୍ଗଳା ଙ୍କୁ ପୂଜା କରିଥାନ୍ତି । ତା ପରେ ମଙ୍ଗଳା ମାଆ ଙ୍କର ପଞ୍ଚା ଅମୃତ ସିଞ୍ଚନ କରି ମୂର୍ତ୍ତିକୁ ପୂଜା କରିଥାନ୍ତି । ବିଭିନ୍ନ ଫଳ ମୂଳ ଭୋଗ ଦେଇ ମଙ୍ଗଳାରେ ବହି ପଢି ପୂଜା କରିଥାନ୍ତି ।

ସନ୍ଧ୍ୟା ସମୟରେ ମଙ୍ଗଳ ଠାକୁରଙ୍କୁ ସନ୍ଧ୍ୟା ଦେଇ ଓଷା ବହି ଆଉ ଥରେ ପଢିଥାନ୍ତି । ଦୁହୁରି ଜାଳି ବୋଇତ ବନ୍ଦାଇ ଥାଆନ୍ତି । ଆଜିଠାରୁ ଢେଙ୍କାନାଳ ସହରର ଦୋଳ ମଣ୍ଡପ ସାହି , ଆନନ୍ଦ ବଜାର, ମହ୍ଲାର ସାହି ଓ ବିଭିନ୍ନ ଗ୍ରାମାଞ୍ଚଳରେ ଆରମ୍ଭ ହୋଇଛି ଏହି ଖୁଦୁରୁକୁଣି ପୂଜା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.