Take a fresh look at your lifestyle.

କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ବିଭାଜନର ସ୍ମରଣ ଦିବସ ପାଳନ

0 8

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ କେନ୍ଦ୍ରୀୟ ବିଦ୍ୟାଳୟ ପରିସରେ “ଆଜାଦି କା ଅମୃତ ମହୋତ୍ସବ” ପାଳନ ଅବସରରେ ରବିବାର ବିଭାଜନ ବିଭିଷୀକା ସ୍ମରଣ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅତିଥି ଭାବେ ଅବସରପ୍ରାପ୍ତ ସିବିଆଇ ଜଜ୍ ଭିକାରୀ ଚରଣ ରାଉତ ଓ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ କବି ବାହାଦୂର ପାଟସାହାଣୀ ଯୋଗଦେଇ ସ୍ୱାଧାନତାରେ ପ୍ରାଣବଳୀ ଦେଇଥିବା ମହାନ ବ୍ୟକ୍ତି ମାନଙ୍କ ସମ୍ପର୍କରେ ଆଲୋଚନା କରିବା ସହିତ ଭାରତ ମାତାର ସୁଯୋଗ୍ୟ ସନ୍ତାନ ହିସାବରେ ନିସ୍ୱାର୍ଥପର ଓ ପ୍ରତ୍ୟେକ ଭାରତୀୟ ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ ।

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସେଂଟ ଜାଭିୟର୍ସ ହାଇସ୍କୁଲର ପ୍ରିନ୍ସିପାଲ ପ୍ରତାପ କୁମାର ପାଣିଗ୍ରାହୀ, ଦିଲ୍ଲୀ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ବିଜୟ କୁମାର ସାହୁ, ଅଭିଭାବକ ଶିକ୍ଷକ ସଂଘର ଉପସଭାପତି ସୁନିଲ୍ କୁମାର ଦାଶ, ସଂପାଦକ ଦିଲ୍ଲୀପ କୁମାର ସାହୁ, ସଦସ୍ୟା ଦେବସ୍ମିତା ଦାସ, ସଦସ୍ୟା ଲଖି ଗିରି ପ୍ରମୁଖ ଯୋଗଦେଇ ଆଜାଦି କା ଅମୃତ ମହୋତ୍ସବ ସଂପର୍କରେ ଆଲୋକପାତ କରିଥିଲେ ।

ଶିକ୍ଷୟିତ୍ରୀ ଅନୁଜା ପଣ୍ଡା କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ବରିଷ୍ଠ ଶିକ୍ଷକ ରତ୍ନାକର ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ପରିଚାଳନାରେ ସହଯୋଗ କରିଥିଲେ ।

ଏହି ଅବସରରେ ଛାତ୍ରୀଛାତ୍ରମାନେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଦେଶାତ୍ମବୋଧକ ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗୀତା ଆୟୋଜିତ ହୋଇଥିଲା । ବିଦ୍ୟାଳୟରେ ଆୟୋଜିତ ବିଭାଜନ ବିଭିଷୀକା ସମ୍ପର୍କିତ ଏକ ଫଟୋ ପ୍ରଦର୍ଶନୀକୁ ଅତିଥି ଓ ଛାତ୍ରୀଛାତ୍ରମାନେ ବୁଲି ଦେଖିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.