Take a fresh look at your lifestyle.

ନୂଆ ଅର୍ଥନୀତି ଦେଶର ଉନ୍ନତି ନୁହେଁ, ଦୁର୍ଗତୀ ଆଣିଛି : ଡକ୍ଟର ବିଶ୍ୱଜିତ୍

ସର୍ବୋଦୟ ଦିଶା ଦର୍ଶନ ଶିବିର

0 19

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ବଣସିଂହ ଠାରେ ରାଷ୍ଟ୍ରୀୟ ଯୁବା ସଂଗଠନ ଏବଂ ଇଡିଅଟ୍ ସଂସ୍ଥାର ମିଳିତ ଅନୁକୂଲ୍ୟରେ ଅନୁଷ୍ଠିତ ସର୍ବୋଦୟ ଦିଶା ଦର୍ଶନ ଶିବିରରେ ବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସର୍ବୋଦୟ ନେତା ଡକ୍ଟର ବିଶ୍ୱଜିତ୍, ଦେଶରେ ନୂଆ ଅର୍ଥନୀତି ଉନ୍ନତି ନୁହେଁ, ଅବନତୀ ଆଣିଛି ବୋଲି ଅଭିହିତ କରିବା ସହିତ ଗାନ୍ଧୀ ଅର୍ଥନୀତିକୁ ଆପଣାଇଲେ ଦେଶର ଚୀରସ୍ଥାୟୀ ବିକାଶ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ କଟକ ଜିଲ୍ଲା ସର୍ବୋଦୟ ମଣ୍ଡଳ ସଭାପତି ଓକିଲ ବିଶ୍ୱଜିତ୍ ସୂର୍ଯ୍ୟବଂଶୀ ଯୋଗଦେଇ ସମ୍ବିଧାନର ବିଭିନ୍ନ ଧାରା, ଉପଧାରା ଓ ମୌଳିକ କର୍ତବ୍ୟ ଏବଂ ଦାୟିତ୍ୱ ସଂପର୍କରେ ଅବଗତ କରିଥିଲେ ।

ନରସିଂହପୁର ଅଂଚଳର ସର୍ବୋଦୟ କର୍ମୀ ସୁଶାନ୍ତ କୁମାର ମହାନ୍ତି, ଦୁର୍ବଳ ଶ୍ରେଣୀ ଓ ଶୋଷିତ ବର୍ଗଙ୍କର ଉନ୍ନତି ପାଇଁ ଆମ ସମସ୍ତଙ୍କ ଦାୟିତ୍ୱ ଉପରେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତ୍ରିଲୋଚନ ମଲ୍ଲ, ଶିଶିର ଶତପଥୀ, ସରୋଜ ଶତପଥୀ ପ୍ରମୁଖ ଗ୍ରାମ ସ୍ୱରାଜ, ଗ୍୍ରାମ ସଭା ସଂପର୍କରେ ବକ୍ତବ୍ୟ ରଖିଥିଲେ ।

ଅତିଥି ଭାବେ ନୟି ତାଲିମ୍ର ଜାତୀୟ ଟ୍ରଷ୍ଟି ଅନ୍ତର୍ଯ୍ୟାମୀ ରଥ, କବି ବାହାଦୂର ପାଟସାହାଣୀ, ମିହିର ପ୍ରସାଦ ଦାସ, ଅବସରପ୍ରାପ୍ତ ବିଚାରପତି ଭିକାରୀ ଚରଣ ରାଉତ, ଅଧ୍ୟାପକ ବିଶ୍ୱଜିତ୍ ସ୍ୱାଇଁ ପ୍ରମୁଖ ଅନୁଷ୍ଠିତ ୩ଦିନିଆ ଶିବିରରେ ବୌଦ୍ଧିକ ଆଲୋଚନ ସହ ଶ୍ରମଦାନ ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ ।

ଶିବିରାର୍ଥୀମାନେ ଶ୍ରମଦାନରେ ସ୍ଥାନୀୟ ଅଂଚଳରେ ସଫେଇ ଓ ଚାରା ରୋପଣ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ରାଷ୍ଟ୍ରୀୟ ଯୁବ ସଂଗଠନର ରାଜ୍ୟ ସଂଯୋଜକ ସୂର୍ଯ୍ୟନାରାୟଣ ନାଥ, ରାଷ୍ଟ୍ରୀୟ ସମିତି ସଦସ୍ୟ ମାନସ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

- Advertisement -

Leave A Reply

Your email address will not be published.