Take a fresh look at your lifestyle.

ପୁନଃ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ

0 24

Get real time updates directly on you device, subscribe now.

କୋଣାର୍କ : ବିଭିନ୍ନ କାରଣରୁ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାଧାପ୍ରାପ୍ତ ହୋଇଥିବା ମତଦାନ ଆଜି ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ।

 

କଣାସ ବ୍ଲକର ବଡାଲ ପଞ୍ଚାୟତର ୱାର୍ଡ ନଂ ୫, ୭ ଏବଂ ୮, ବ୍ରହ୍ମଗିରିର ଚାପାମାଣିକ ପଞ୍ଚାୟତର ୱାର୍ଡ ନଂ ୯ ଏବଂ କୃଷ୍ଣପ୍ରସାଦର ଅଲଣ୍ତା ପଞ୍ଚାୟତର ୱାର୍ଡ ନଂ ୮ରେ ଆଜି ସକାଳ ୯ ଘଟିକାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ପୁନଃ ମତଦାନ ଅନୁଷ୍ଠିତ ହୋଇଛି ।

 

ଆଜିର ପୁନଃ ମତଦାନ ଶାନ୍ତିପୂର୍ଣ୍ଣ ରହିଛି ।  ବିଭିନ୍ନ କାରଣରୁ ଉକ୍ତ ୱାର୍ଡ ଗୁଡିକରେ ମତଦାନ ବାଧାପ୍ରାପ୍ତ ହୋଇଥିଲା । ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଉକ୍ତ ମତଦାନ କେନ୍ଦ୍ର ଗୁଡିକରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା ।

 

କଣାସ ବ୍ଲକର ବଡାଲ ପଞ୍ଚାୟତର ୱାର୍ଡ ନଂ୫, ୭ ଏବଂ ୮ରେ ୭୫.୯୬ ପ୍ରତିଶତ, ଚାପାମାଣିକ ପଞ୍ଚାୟତର ୱାର୍ଡ ନଂ ୯ ରେ ୯୧ ପ୍ରତିଶତ ଏବଂ କୃଷ୍ଣପ୍ରସାଦର ଅଲଣ୍ତା ପଞ୍ଚାୟତର ୱାର୍ଡ ନଂ ୮ରେ ୭୪.୪ ପ୍ରତିଶତ ମତଦାନ ହୋଇଛି ।

 

ସଂପୃକ୍ତ ଭୋଟବାକ୍ସ ଗୁଡିକୁ ବିଡିଓ, ଥାନାଧିକାରୀ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ଉପସ୍ଥିତିରେ ସଂପୃକ୍ତ ବ୍ଲକର ପୃଥକ କକ୍ଷରେ ରଖାଯାଇ ସିଲ କରାଯାଇଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.