Take a fresh look at your lifestyle.

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ତାଗିଦ

0 81

Get real time updates directly on you device, subscribe now.

ଢେଙ୍କାନାଳ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଦୟାନିଧି ନାୟକ ଜିଲ୍ଲାର ସମସ୍ତ ସବ୍ଡ଼ିଭିଜନ୍ ଓ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥୀମାନଙ୍କର ଖର୍ଚ୍ଚକୁ ସମୀକ୍ଷା କରୁଛନ୍ତି । କୌଣସି ଜଣେ ହେଲେ ପ୍ରାର୍ଥୀ ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ଖର୍ଚ୍ଚର ବିବରଣୀ ରଖୁନଥିବାରୁ କ୍ଷୋଭ ପ୍ରକାଶ କରି ଏହାକୁ ଠିକ୍ଠାକ୍ କରିବାକୁ ତାଗିଦ୍ କରିଥିଲେ ।

ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଜିଲା ପରିଷଦ ପ୍ରାର୍ଥୀ ଏବଂ ସେମାନଙ୍କ ଏଜେଣ୍ଟ ମାନଙ୍କ ଉପସ୍ଥିତିରେ ସମୀକ୍ଷା କରାଯାଇଥିଲା । ବୈଠକକୁ ଅଧିକାଂଶ ପ୍ରାର୍ଥୀ ଆସିନଥିଲେ କି ସେମାନଙ୍କର କୌଣସି ପ୍ରତିନିଧି ଯୋଗ ଦେଇନଥିଲେ । ଯେଉଁ ପ୍ରାର୍ଥୀମାନେ ଯୋଗ ଦେଇଥିଲେ ସେମାନଙ୍କ ମଧ୍ୟରୁ ୯୦ଭାଗ ପ୍ରାର୍ଥୀ ଖର୍ଚ୍ଚର ହିସାବ ଖାତା ଆଣିନଥିଲେ ।

ପରବର୍ତ୍ତି ବୈଠକରେ ପ୍ରାର୍ଥୀ ମାନେ ସେମାନଙ୍କର ଖର୍ଚ୍ଚ ବିବରଣୀ ଉପସ୍ଥାପନ କରିବାକୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ସହିତ ଏସ୍କର୍ଟ ଅଫିସର ପ୍ରକାଶ ମୁର୍ମୁ, ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ସହକାରୀ ଜିଲାପାଳ ହରିହର ପଂଚୁଆତୀ ଯୋଗ ଦେଇଥିଲେ ।

ସେହିପରି ପୂର୍ବାହ୍ନରେ ସଦର ବ୍ଲକରେ ହୋଇଥିବା ସମୀକ୍ଷା ବୈଠକରେ ଏବିଡିଓ ଝାଡେଶ୍ୱର ଦାସ, ଜିପିଇଓ ଅନିତା ଦାସ, ବିତ ଅଧିକାରୀ ସଞ୍ଜୟ କୁମାର ରାଉଳଙ୍କ ଉପସ୍ଥିତିରେ ପ୍ରାର୍ଥୀଙ୍କ ଖର୍ଚ୍ଚ ବିବରଣୀ ସମୀକ୍ଷା କରାଯାଇଥିଲା ।

ନିର୍ବାଚନ କମିଶନର ନିର୍ଦ୍ଧାରିତ ଫର୍ମ ୧ ଓ ୨ ଆଧାରରେ ପ୍ରାର୍ଥୀମାନେ ବିବରଣୀ ପ୍ରଦାନ କରିନଥିବାରୁ ତୁରନ୍ତ ଏହାକୁ ଠିକ୍ କରିବାକୁ ପରାମର୍ଶ ଦେଇଥିଲେ । ପର୍ଯ୍ୟବେକ୍ଷକଙ୍କ ତାଗିଦ ପରେ ଅନେକ ଜାଗାରେ ପ୍ରାର୍ଥୀମାନେ କାଗଜପତ୍ର ଠିକ୍ କରିଥିବା ଜଣାଯାଇଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.