Take a fresh look at your lifestyle.

ହିନ୍ଦୀ ଦିବସ ପକ୍ଷ କାର୍ଯ୍ୟକ୍ରମ ଆୟୋଜିତ

0 14

ଢେଙ୍କାନାଳ: ଢେଙ୍କାନାଳ ନେହେରୁ ୟୁବା କେନ୍ଦ୍ର  କାର୍ଯ୍ୟାଳୟରେ ଜାତୀୟ ସେବାକର୍ମୀମାନଙ୍କ ସହଯୋଗରେ ହିନ୍ଦୀ ଦିବସ ପକ୍ଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଓଡ଼ିଶା ସମଗ୍ର ଶିକ୍ଷକ ସଂଘର ସଭାପତି ଶ୍ରୀଯୁକ୍ତ ହୃଦାନନ୍ଦ ଦ୍ବିବେଦୀ।ନେହେରୁ ୟୁବ କେନ୍ଦ୍ରର ଉପନିର୍ଦେଶକ ଅଶୋକ କୁମାର ଦାସ ସଭାପତିତ୍ବ କରିଥିଲେ l

ଇଶ୍ଵର ଅନୁଷ୍ଠାନର ସଭାପତି ରବୀନ୍ଦ୍ର କୁମାର ବେହେରା ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ କାର୍ଯ୍ୟକ୍ରମ ଅଧିକାରୀ ଶଶାଙ୍କ ଶେଖର ମହାପାତ୍ର ସୁପରିଚାଳନା କରିଥିଲେ। ଅଶୋକ କୁମାର ଦାସ ମହୋଦୟ ପ୍ରଥମେ ହିନ୍ଦୀ ଦିବସର ଶୁଭେଚ୍ଛା ଜ୍ଞାପନ କରି ରାଷ୍ଟ୍ରଭାଷା ହିନ୍ଦୀର ଗୁରୁତ୍ଵ ଉପରେ ନିଜର ଅଭିଭାଷଣ ରଖିଥିଲେ।

ପରେ ସମ୍ମାନିତ ଅତିଥି ମହୋଦୟ ନିଜର ମନ୍ତବ୍ୟରେ ସ୍ଵାଧୀନତାର 75ତମ ବାର୍ଷିକ ପରେ ମଧ୍ୟ ହିନ୍ଦୀଭାଷାରେ ପ୍ରଚଳିତ ଯୁବପିଢି କିପରି ପଛରେ ତାହା ଜଣାଇ ହିନ୍ଦୀଭାଷାର ପ୍ରଚାର। ଓ ପ୍ରସାର କରିବାସହ ଦୈନନ୍ଦିନ ଜୀବନରେ ହିନ୍ଦୀଭାଷାର ପ୍ରୟୋଗ କରିବା ଉପରେ ସ୍ବେଛାସେବୀଙ୍କୁ ଉତ୍ସାହିତ କରିଥିଲେ।
ଏହି ପରିପେକ୍ଷୀରେ ସ୍ୱେଚ୍ଛାସେବୀ ,କ୍ଲବ ମେମ୍ବରମାନଙ୍କୁ ନେଇ ଏକ ହିନ୍ଦୀ ସୁଲେଖନ ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା।ପ୍ରତିଯୋଗିତାରେ ଭାଗନେଇଥିବା ପ୍ରତିଯୋଗୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।

ଏଥିରେ ପ୍ରଥମ ସ୍ଥାନରେ ସ୍ନିଗ୍ଧାରାଣୀ ବେହେରା,ଦ୍ଵିତୀୟ ସ୍ଥାନ ସଂଘମିତ୍ରା ବେହେରା ,ତୃତୀୟ ସ୍ଥାନରେ ଶୁଭେନ୍ଦୁ ବେହେରା ଓ ସବିତା ପରିଡ଼ା ସଫଳ ହୋଇଥିଲେ। ପରିଶେଷେରେ ଶଶାଙ୍କ ଶେଖର ମହାପାତ୍ର କାର୍ଯ୍ୟକ୍ରମ ଅଧିକାରୀ ଧନ୍ୟବାଦ୍ ଅର୍ପଣ କରି ସଭାକାର୍ଯ୍ୟ ସମାପ୍ତ କରିଥିଲେ।

- Advertisement -

Leave A Reply

Your email address will not be published.