Take a fresh look at your lifestyle.

ରାଇସ୍ ମିଲ କେମିକାଲ ପାଣି ପଦାରେ ମାଡୁଛି , ନଷ୍ଟ ହେଉଛି ଚାଷ ଜମି !!

ସମାଧାନ ନହେଲେ ଆଗକୁ ଆନ୍ଦୋଳନ

0 26

Get real time updates directly on you device, subscribe now.

କାମାକ୍ଷାନଗର: ଭୁବନ ବ୍ଲକ ଅନ୍ତର୍ଗତ ଦୟଣାବିଲ ପଞ୍ଚାୟତ ଅନ୍ତର୍ଗତ ଗବଗୋଡା ମୌଜାରେ ଆଜକୁ ଦୁଇ ତିନି ବର୍ଷ ହେବ ମୌଜାରେ ଗଢିଉଠିଛି ତ୍ରିଶକ୍ତୀ ରାଇସ୍ୟ ମିଲ୍ । ରାଇସ ମିଲର କେମିକାଲ ପାଣି ଧାନ ବିଲରେ ମାଡୁଥିବାରୁ ଧାନ ମୂଳ ପଚି ଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି I

କିନ୍ତୁ ଏହି ରାଇସ୍ ମିଲର ମନମଖି ଯୋଗୁ ଅଞ୍ଚଳବାସୀ ବହୁ ସମସ୍ୟା ଭିତରେ ଘାଣ୍ଟି ହେଉଛନ୍ତି । ରାଇସ୍ ମିଲର ପାର୍ଶ୍ଵରେ ଗବଗୋଡା ରୁ କଂସରଗୋଡା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଥିବାରୁ ଲୋକମାନେ ଅହ ରହ ଯାତାୟାତ କରୁଛନ୍ତି ଯାହା ଫଳରେ ମିଲ୍ ର ଗୁଣ୍ଡ ରାସ୍ତା ପାର୍ଶ୍ଵକୁ ଛାଡୁ ଥିବାରୁ ଲୋକମାନଙ୍କର ଆଖିରେ ପଶି ଦୁର୍ଘଟଣା ମଧ୍ୟ ଘଟୁଛି I

ଏପରିକି ମିଲ୍ ମାଲିକଙ୍କୁ ସ୍ଥାନୀୟ ବାସିନ୍ଦା ଯେତେ ଅଭିଯୋଗ କଲେବି ସେ କର୍ଣ୍ଣପାତ କରୁନାହାନ୍ତି । ଏପରିକି ରାଇସ୍ ମିଲର ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ନକରି କେମିକାଲ ବାହାରେ ମାଡୁ ଥିବାରୁ ଗାଇଗୋରୁ ମାନେ କେମିକାଲ ପାଣି ପିଇ ମୃତ୍ୟୁ ଘଟୁଥିବା ଅଭିଯୋଗ କରୁଛନ୍ତି ଅଞ୍ଚଳବାସୀ ।

ରାଇସ୍ ମିଲର କେମିକାଲ ପାଣିକୁ ଚାଷୀଙ୍କ ଧାନବିଲରେ ମାଡୁଥିବାରୁ ଧାନ ମୂଳ ପଚି ନଷ୍ଟ ହେବା ସହ ପତ୍ର ହଳଦିଆ ପଡ଼ିଲାଣି । ଯାହାଫଳରେକି ଚାଷୀମାନଙ୍କର ଶହଶହ ଏକର ଧାନ ଫସଲ ଅମଳକୁ ନେଇ ଚିନ୍ତାର କାରଣ ପାଲଟିଛି ।

ଯଦି ରାଇସ୍ ମିଲର ମନମାନୀକୁ ଖୁବଶୀଘ୍ର ବନ୍ଦ କରାନଯାଏ ତେବେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି । ଏନେଇ ବ୍ଲକ୍ କୃଷି ଅଧିକାରୀ କୁହନ୍ତି ସଠିକ୍ ତଦନ୍ତ ପରେ ଯଦି ଚାଷ କ୍ଷତି ହେଉଥାଏ ତାର ଦୃଢ଼ କାର୍ଯ୍ୟନୁଷ୍ଠାନ ପାଇଁ ତହସିଲ୍ ଦାର ଙ୍କୁ ଜଣାଇବେ ବୋଲି ମତ ଦେଇଛନ୍ତି I

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.