Take a fresh look at your lifestyle.

ଭୁବନରେ ହର ଘର ତ୍ରିରଙ୍ଗା: ସାରା ସହର ତ୍ରିରଙ୍ଗା ମୟ

0 19

Get real time updates directly on you device, subscribe now.

ଭୁବନ : ଦେଶ ସ୍ୱାଧିନତାର ୭୫ ବର୍ଷ ପାଳନ ଅବସରରେ ସାରା ଦେଶରେ ଅପୂର୍ବ ଉଦ୍ଦିପନା ଦେଖା ଦେଇଛି । ପ୍ରଧାନମନ୍ତ୍ରୀ ଙ୍କ ଆହ୍ୱାନ କ୍ରମେ ଅଗଷ୍ଟ ୧୩ ରୁ ୧୫ ତିନି ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ନାଗରିକ ନିଜଘରେ ତ୍ରିରଙ୍ଗା ପତାକା ଉଡାଇବେ ।

ହର ଘର ତ୍ରିରଙ୍ଗାକୁ ଆହୁରି ଆକର୍ଷଣୀୟ ଓ ଲୋକାଭିମୁଖୀ କରିବାକୁ ରାଜ୍ୟସରକାର ବିନାମୂଲ୍ୟରେ ଜାତୀୟ ପତାକା ଯୋଗାଇ ଦେଇଛନ୍ତି । ଭୁବନ ଏନଏସି ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ଯୋଗଦାନରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ସକାଳ ୯ ଘଟିକା ସମୟରେ ବାଜି ରାଉତ କଲ୍ୟାଣ ମଣ୍ଡପ ଠାରେ ନଗରପାଳ ଶୁଭେନ୍ଦୁ ସାହୁ ହର ଘର ତ୍ରିରଙ୍ଗା ପାଇଁ ସମସ୍ତ କାଉନସିଲର , ସ୍ୱଚ୍ଛସାଥୀ ଓ ସାଧାରଣଜନତା ଙ୍କୁ ବିନାମୂଲ୍ୟରେ ଜାତୀୟ ପତାକା ବିତରଣ କରିଥିଲେ । ଦିବା ୧୦ ଘଟିକା ସମୟ ରେ ଭୁବନ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ,ଶିକ୍ଷକ ,ଶିକ୍ଷୟିତ୍ରୀ ଙ୍କ ଗହଣରେ ନଗରପାଳ ଶ୍ରୀଯୁକ୍ତ ସାହ ୁସହର ପରିକ୍ରମା କରିଥିଲେ ।

ଏନଏସି କାଉନସିଲର ,ସ୍ୱଚ୍ଛସାଥୀ, ଯୁବକ ,ବୁଦ୍ଧିଜୀବୀ, ଓମଶାନ୍ତି ସଦସ୍ୟା ଙ୍କ ସହସାମିଲହୋଇ ନଗରପାଳ ବିଭିନ୍ନ ଦୋକାନ ବଜାର ଓ ଘରକୁ ଘର ବୁଲି ଲୋକଙ୍କୁ ଜାତୀୟ ପତାକା ଦେଇ ଅମୃତ ମହୋସôବ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏହିକାର୍ଯ୍ୟକ୍ରମରେ ଏନଏସି ନିର୍ବାହୀ ଅଧିକାରୀ ଶ୍ୟାମସୁନ୍ଦର ସାହୁ ଙ୍କ ସମେତ ଏନଏସିକର୍ମଚାରୀ ମାନେ ଅଂଶଗ୍ରହଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.