Take a fresh look at your lifestyle.

ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ୱର୍ଗତା ପ୍ରଧାନ ମନ୍ତ୍ରୀ ଶ୍ରୀମତି ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ

0 5

Get real time updates directly on you device, subscribe now.

ଢେଙ୍କାନାଳ: ଅଦ୍ୟ ତା 31/10/2023(ମଙ୍ଗଳ ବାର)ରିଖ ସ୍ଥାନୀୟ ଗାନ୍ଧୀ ମନ୍ଦିର ପ୍ରାଙ୍ଗଣରେ ଭାରତର ପ୍ରଥମ ମହିଳା ପ୍ରଧାନ ମନ୍ତ୍ରୀ ଶ୍ରୀମତି ଇନ୍ଦିରା ଗାନ୍ଧୀଙ୍କ ପୂଣ୍ଯ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି ।

ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ସଭାପତି ସରୋଜ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଶ୍ରୀମତୀ ଗାନ୍ଧୀଙ୍କ ଫଟଚିତ୍ରରେ ଫୁଲମାଳ ତଥା ଧୂପ ଦୀପ ଦେଇ ସଭାକାର୍ଯ୍ଯ ଆରମ୍ଭ ହୋଇଥିଲା ।

ସଭାରେ ବକ୍ତା ଭାବରେ ଯୋଗଦେଇ ପୂର୍ବତନ ମନ୍ତୀ ନବୀନ ଚନ୍ଦ୍ର ନାରାୟଣ ଦାସ,ସୁରେଶ ଚନ୍ଦ୍ର ପାଣିଗ୍ରାହୀ,ଶୁଭାଶିନୀ ମହାକୁଡ,ପ୍ରେମ ଶଙ୍କର ମିଶ୍ର,ମୂଖ୍ଯ ମୁଖପାତ୍ର ନିର୍ମଳ ମିଶ୍ର,ମହିଳା କଂଗ୍ରେସ ସଭାନେତ୍ରୀ ସ୍ମିତାରାଣୀ ସାମଲ ପ୍ରମୁଖ ଆଲାହାବାଦରେ ଜନ୍ମିତ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ପିଲା ସମୟରେ,ପିଲାମାନଙ୍କୁ ନେଇ “ବାଳ ସେନା” ଗଠନ କରି ସ୍ଵାଧୀନତା ସଂଗ୍ରାମରେ ଭାଗ ନେଇଥିଲେ ।

ପରେ କଂଗ୍ରେସରେ ଯୋଗଦାନକରି ସକ୍ରୀୟ ରାଜନୀତିରେ ଅଂଶଗ୍ରହଣ କରିଥିଲେ । 1958 ମସିହାରେ ଅଖିଳ ଭାରତ କଂଗ୍ରେସ କମିଟିର ଅଧ୍ୟକ୍ଷ ଭାବେ କାର୍ଯ୍ଯ ସମ୍ପାଦନ କରିଥିଲେ । 1964 ମସିହାରେ ରାଜ୍ଯ ସଭାକୁ ମନୋନୀତ ହୋଇ ପ୍ରଧାନ ମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ମନ୍ତ୍ରୀ ମଣ୍ଡଳରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଥିଲେ । 1966 ରୁ 1977 ମସିହାଯାଏ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ପଦ ସମ୍ଭାଳି ଥିଲେ ।

1971 ମସିହାରେ ଭାରତ ସରକାର ତାଙ୍କୁ “ଭାରତରତ୍ନ” ରେ ସମ୍ମାନିତ କରିଥିଲେ । ବ୍ୟାଙ୍କ ଜାତୀୟକରଣ,ପ୍ରାଦେଶିକ ରାଜାଙ୍କ ହାତପାଁଠି ଊଛେଦ ତଥା ସିକ୍କିମ ପ୍ରଦେଶ ମିଶ୍ରଣରେ ସେ ଐତିହାସିକ ପଦକ୍ଷେପ ଗ୍ରହଣ କରିଥିଲେ । 1980 ନିର୍ବାଚନରେ ନିର୍ବାଚିତ ହୋଇ ସେ ତୣତୀୟ ଥର ପାଇଁ ପ୍ରଧାନ ମନ୍ତ୍ରୀ ପଦ ସମ୍ଭାଳି ଥିଲେ । ଶିଖ ଉଗ୍ରପନ୍ଥୀଙ୍କୁ ଦମନ କରିବାକୁ ଅମୃସର ମନ୍ଦିରରେ “ବ୍ଲୁ ଷ୍ଟାର ” ଅପରେସନ କରାଇଥିଲେ ଓ ସାରା ଦେଶରେ “ଲୌହ ମାନବୀ” ଭାବରେ ପରିଚିତ ଥିଲେ ବୋଲି ବକ୍ତାଗଣ ନିଜ ନିଜ ବକ୍ତବ୍ଯରେ ଉପସ୍ଥାପନ କରିଥିଲେ।

ଉକ୍ତ ସଭାରେ ପୂର୍ବତନ କାଉନସିଲର ଗୋପାଳ ଚନ୍ଦ୍ର ସାହୁ,ନିଶାକାର ସାହୁ,ଟାଉନ କଂଗ୍ରେସ ମୁଖ୍ଯ ମହମ୍ମଦ ହାଇଦର,ନକୁଳ ପରିଡା,ବିଜୟ କୁମାର ସ୍ବାଇଁ, ପିସିସି ସମ୍ପାଦିକା ଶିଳ୍ପୀଶ୍ରୀ ହରିଚନ୍ଦନ,ରୁମିନା ବେଗମ ତଥା ଅନେକ କଂଗ୍ରେସ ଦଳର ସଭ୍ଯ ଓ ସଭ୍ଯା ଉପସ୍ଥିତ ଥିଲେ ବୋଲି ମୂଖ୍ଯ ମୁଖପାତ୍ର ନିର୍ମଳ ମିଶ୍ର ଏକ ପ୍ରେସ ଇସ୍ତାହାରରେ ପ୍ରକାଶ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.