Take a fresh look at your lifestyle.

ଭୁବନ ରେ ଗଜଲକ୍ଷ୍ମୀ ଙ୍କ ଭସାଣି

ଅଘୋରୀ ନୃତ୍ୟ ସାଙ୍ଗକୁ ବାଘ ନୃତ୍ୟ ମନ ମୋହିଲା ବାଜା ବାଣ ରେ ଦୁଲୁକିଲା ସହର

0 5

Get real time updates directly on you device, subscribe now.

ଭୁବନ :  ଭୁବନ ରେ ଗତ ୨୮ ତାରିଖ ଶନିବାର ଠାରୁ ବିଭିନ୍ନ ପୂଜା ପ୍ରତିଷ୍ଠାନ ରେ ଜଗଜ୍ଜନନୀ ମା ଲକ୍ଷ୍ମୀ ଙ୍କ ପୂଜା ହେଉଥିବା ବେଳେ ଗତ କାଲି ଠାରୁ ପର୍ଯ୍ୟାୟ କ୍ରମେ ମା ଲକ୍ଷ୍ମୀ ଙ୍କ ଭସାଣି ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଗତକାଲି ରବିବାର ସର୍ବ ପ୍ରଥମେ ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ବଣିକ ସଂଘ,ନୂଆ ବଜାର ,ଲକ୍ଷ୍ମୀ ବଜାର, ବଜିଛକ ତରଫରୁ ଭସାଣି ଯାତ୍ରା ଆରମ୍ଭ ହୋଇଥିଲା । ଆଜି ସୋମବାର ଅପରାହ୍ନ ରେ ଅରାସାହି ,ବଉଳ ଛକ,ଅରବିନ୍ଦ ମାର୍ଗ ଓ ଲଟାବିଲ ତରଫରୁ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା।

ମ୍ୟୁଜିଜ୍ ଗ୍ରୁପ୍,ଭାଙ୍ଗଡା ବାଜା,ଲୋକ ନୃତ୍ୟ,ବାଘ ନାଚ ସାଙ୍ଗକୁ ମୁଖ୍ୟ ଆକର୍ଷଣ ସାଜିଥିଲା ଅଘୋରି ନୃତ୍ୟ । ବିଭିନ୍ନ ସାହି ଓ ଛକ ମାନଙ୍କରେ ମା ଲକ୍ଷ୍ମୀ ଙ୍କୁ ମହିଳା ମାନେ ବନ୍ଦାପନା କରିଥିଲେ ।ସମସ୍ତ ମେଢ଼ ନୂଆ ବଜାର,ଗୁଜୁରୀ ହାଟ, ଦୁର୍ଗା ଛକ,ଲକ୍ଷ୍ମୀ ଛକ,ବଣିଆ ସାହି,ବ୍ରାହ୍ମଣୀ ଦେବୀ ଛକ,ବାଜି ଛକ ଦେଇ ସହର ପରିକ୍ରମା କରିଥିଲା।ବାଜା ବାଣ ରୋଷଣୀରେ ଅଶ୍ରୁଳ ବିଦାୟ ଦେଇ ପୁଣି ଆସନ୍ତା ବର୍ଷକୁ ଅପେକ୍ଷା କରିଥିଲେ ଭୁବନବାସୀ ।

ପ୍ରଥମ ଦିନ ନୁଆ ବଜାର ସଭାପତି ଦୁଷ୍ମନ୍ତ କୁମାର ପୃଷ୍ଟି ଓ ଦ୍ଵିତୀୟ ଦିନ ଅରା ସାହି ସଭାପତି ହୃଦାନନ୍ଦ ବେହେରା ଙ୍କ ନେତୃତ୍ୱ ଏବଂ ଭୁବନ ଥାନା ପୋଲିସ ଙ୍କ ତତ୍ତ୍ଵାବଧାନରେ ଭସାଣୀ ଯାତ୍ରା ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇଥିଲା।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.