Take a fresh look at your lifestyle.

ଭୁବନ ରେ ” ଆମ ପ୍ରତିଭା ଆମ ସମ୍ମାନ ” କାର୍ଯ୍ୟକ୍ରମ: ୫୦ ଜଣ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ

0 1

Get real time updates directly on you device, subscribe now.

ଭୁବନ: ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ “ଆମ ପ୍ରତିଭା ଆମ ସମ୍ମାନ” ଅନୁଷ୍ଠାନର ଦ୍ୱିତୀୟ ବାର୍ଷିକ ଉତ୍ସବ ଓ ଶିଶୁ ଦିବସ ଭୁବନ ବିଷ୍ଣୁପ୍ରିୟା ଗାଲାକ୍ସି ଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ପରାମର୍ଶ କ୍ରମେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାର ଲାଲ ନେହୁରୁଙ୍କ ଜନ୍ମଦିନ ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ପ୍ରତିଭା ମାନଙ୍କୁ ସମ୍ମାନିତ କରାଯାଇଛି ।

ଅନୁଷ୍ଠାନର ଉପ ସଭାପତି କୋଦଣ୍ଡଧର ସାହୁଙ୍କ ଅଧକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୁବନ ପଂଚାୟତ ସମିତି ଅଧକ୍ଷା ଶ୍ରୀମତୀ ସିପ୍ରା ବରାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଆମ ପ୍ରତିଭା ଆମ ସମ୍ମାନ ର ମୁଖ୍ୟ ଉଦ୍ଦେଶ୍ୟ ହେଲା ବିଦ୍ୟାଳୟର ଶ୍ରେଷ୍ଠ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରି ଆଗକୁ ବଢ଼ିବାକୁ ପ୍ରୋତ୍ସାହିତ କରିବା । ଲୋକପ୍ରିୟ ସାଂସଦ ମହେଶ ସାହୁ ଙ୍କ ନିଆରା କାର୍ଯ୍ୟ କୁ ମୁଖ୍ୟ ଅତିଥି ଶ୍ରୀମତୀ ସିପ୍ରା ବରାଳ ଭୂୟସୀ ପ୍ରଶଂସା କରିଥିଲେ।

ମୁଖ୍ୟ ବକ୍ତା ଭାବେ ବିଡିଓ ଡ କଲ୍ୟାଣ ସୌରଭ ଦାଶ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କାମାକ୍ଷାନଗର ପଂଚାୟତ ସମିତି ଅଧକ୍ଷ ପ୍ରେମାନନ୍ଦ ସାହୁ, ଭୁବନ ତହସିଲଦାର ସିରିୟଲ ଶୃଭ୍ର ପଟେଲ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରାଜଲକ୍ଷ୍ମୀ ଟୁଡୁ, ଭୁବନ ନଗରପାଳ ଶୁଭେନ୍ଦୁ ସାହୁ, ଏନ୍ ଏ ସି ନିର୍ବାହୀ ଅଧିକାରୀ ଅପୂର୍ବ ରଞ୍ଜନ ଆଇଚ ,ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ, ବରିଷ୍ଠ ଆଇନଜିବୀ ତଥା ସାମ୍ବାଦିକ ସନାତନ ଗୁରୁ ଯୋଗଦେଇ ୫୦ ଜଣ ଛାତ୍ରଛାତ୍ରୀ ଙ୍କୁ ସମ୍ମାନିତ କରିଥିଲେ ।

ଅନୁଷ୍ଠାନ ସମ୍ପାଦକ ଧର୍ମାନନ୍ଦ ବରାଳ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ କାର୍ତିକ ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମକୁ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ଉପ ସଭାପତି କୋଦଣ୍ଡଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାଯ୍ୟକ୍ରମ ରେ ଶିକ୍ଷକ ଉତ୍କଳମଣି ବେହେରା,ସାମ୍ବାଦିକ ସୁଶାନ୍ତ କୁମାର ପୋଥାଳ,ଦେବାନନ୍ଦ ସାହୁ,ଜୟଗୁରୁ ପାତ୍ର, ଅନାମ ସାହୁ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ । ଅଂଚଳ ର ବହୁ ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.