Take a fresh look at your lifestyle.

ନିୟୁ ଓରିଶା ଦ୍ୱାରା ଉର୍ନ୍ନତ କିସମ ନଡ଼ିଆ ଚାରା ବିତରଣ କାର୍ଯ୍ୟକ୍ରମ

ସଂସାଇଲୋ, ଭଳିଆବୋଲକାଟେଣୀ ଗ୍ରାମ ପଂଚାୟତ, ସଦର , ଢେଙ୍କାନାଳ.

0 2

Get real time updates directly on you device, subscribe now.

 ସଦର ବ୍ଲକ:  ର ଭଳିଆବୋଲକାଟେଣୀ ଗ୍ରାମ ପଂଚାୟତ ଅଧିନସ୍ଥ ଆଦିବାସୀ ଅଧ୍ୟୁଷିତ ସଂସାଇଲୋ ଗ୍ରାମ ରେ ନିୟୁ ଓରିଶା ସାମାଜିକ ସଂଗଠନ ଓ କୃଷି ବିଜ୍ଞାନ କେନ୍ଦ୍ର, ଢେଙ୍କାନାଳ ଙ୍କ ମିଳିତ ସହଯୋଗ ରେ ଉର୍ନତ କିସମ ନଡ଼ିଆ ଚାରା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା.।

ଏହି କାର୍ଯ୍ୟକ୍ରମ ରେ ସଦର ପଂଚାୟତ ସମିତି ଅଧକ୍ଷା ଶ୍ରୀମତୀ ରାଜଶ୍ରୀ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିଲେ. ସମ୍ମାନିତ ଅତିଥି ଭାବରେ କୃଷି ବିଜ୍ଞାନ କେନ୍ଦ୍ର, ଢେଙ୍କାନାଳ ର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡାକ୍ତର ବିମଳେନ୍ଦୁ ମହାନ୍ତି, ବୈଜ୍ଞାନିକ ଡାକ୍ତର ଦିବ୍ୟ ସୁନ୍ଦର କର, ନିୟୁ ଓରିଶା ସଂଗଠନ ନିର୍ଦେଶକ ସୁଦୀପ୍ତ ରଞ୍ଜନ ବିଶ୍ୱାଳ, ସମାଜସେବୀ ସନ୍ତୋଷ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ.।

ମୁଖ୍ୟ ଅତିଥି ଶ୍ରୀମତୀ ରାଜଶ୍ରୀ ନାୟକ ଆଦିବାସୀ ଅଂଚଳ ରେ ଅର୍ଥକାରୀ ଫସଲ ଚାଷ ଦ୍ୱାରା ଆର୍ଥିକ ମାନଦଣ୍ଡ ର ଉର୍ନ୍ନତି ବିଷୟରେ ଆଲୋଚନା କରିଥିଲେ. ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ସାମାଜିକ ଉର୍ନ୍ନୟନ ରେ ଭୂମିକା ବିଷୟରେ ଆଲୋକପାତ କରି ସହକାରୀ ଯୋଜନା ସହ ସମ୍ପୃକ୍ତ ହେବ ନିମନ୍ତେ ପ୍ରବାର୍ତ୍ତାଇ ଥିଲେ.।

କୃଷି ବିଜ୍ଞାନ କେନ୍ଦ୍ର ର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡାକ୍ତର ବିମଳେନ୍ଦୁ ମହାନ୍ତି ପ୍ରାଚୀନ ଖାଦ୍ୟାଭାଷ ଓ ଆଜିର ସମାଜ ରେ ପରିବର୍ତ୍ତିତ ଖାଦ୍ୟଶୈଳୀ ମଧ୍ଯରେ କୃଷି ଭିତ୍ତିକ ବ୍ୟବସାୟ ମାଧ୍ୟମ ରେ ଅର୍ଥ ଉପାର୍ଜନ ତଥା ପୋଷଣ ର ଆବଶ୍ୟକତା ର ପୂରଣ ବିଷୟରେ ଆଲୋକପାତ କରିଥିଲେ.।

ବୈଜ୍ଞାନିକ ଡାକ୍ତର ଦିବ୍ୟ ସୁନ୍ଦର କର ନଡ଼ିଆ ଗଛ ର ଲଗାଇବା କୌଶଳ, ମୃତିକା ପରୀକ୍ଷା, ମୃତିକା ସ୍ୱାସ୍ଥ୍ୟ ରକ୍ଷା, ରୋଗପୋକ ନିରାକରଣ ବିଷୟରେ ବିଷଦ ଭାବରେ ବର୍ଣନା କଲେ. ଏତଦ ବ୍ୟତୀତ ନଡ଼ିଆ ଚାରା ନର୍ସରୀ ପ୍ରସ୍ତୁତି ର ବୈଷୟିକ ଜ୍ଞାନ ପ୍ରଦାନ କରିଥିଲେ.।

ନିୟୁ ଓରିସା ସାମାଜିକ ସଂଗଠନ ର ନିର୍ଦେଶକ ଶ୍ରୀ ସୁଦୀପ୍ତ ରଞ୍ଜନ ବିଶ୍ୱାଳ ଯୁଆଙ୍ଗ ଜନଜାତି ଙ୍କ ସାମାଜିକ, ଅର୍ଥନୈତିକ ସ୍ଥିତି ଓ ସମସ୍ୟା ବିଷୟରେ ଆଲୋଚନା କରି ଏହାର ସମାଧାନ ନିମନ୍ତେ ପ୍ରାକୃତିକ ସମ୍ବଳ ର ସୁବିନିଯୋଗ କରି ବୈଜ୍ଞାନିକ ପଦ୍ଧତି ରେ ଚାଷ କରିବା ବିଷୟରେ ଚାଷୀ ମାନଙ୍କୁ ପ୍ରବାର୍ତ୍ତାଇ ଥିଲେ.।

ପରିଶେଷରେ ଅତିଥି ମାନଙ୍କ ଦ୍ୱାରା ଅଧିବାସୀ ଚାଷୀ ମାନଙ୍କୁ ନଡ଼ିଆ ଚାରା ବଣ୍ଟନ କରାଯାଇ ଥିଲା.।

ଏହି କାର୍ଯ୍ୟକ୍ରମ କୁ ନିୟୁ ଓରିସା କାର୍ଯ୍ୟକ୍ରମ ସଂଯୋଜିକା ବିଜୟଲକ୍ଷ୍ମୀ ମହାପାତ୍ର ଆୟୋଜନ କରିଥିଲେ ଓ ଶ୍ରୀ ଶଶୀ ଭୂଷଣ ମିଶ୍ର ସହଯୋଗ କରିଥିଲେ.।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.