Take a fresh look at your lifestyle.

ଓଡିଶା ବିପର୍ଯୟ ପରିଚାଳନା ପ୍ରସ୍ତୁତି ଦିବସ ପାଳିତ

0 3

Get real time updates directly on you device, subscribe now.

ଢେଙ୍କାନାଳ :ଆଜି ପୂର୍ବାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ )ଶ୍ରୀ ରମେଶ ଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତା ରେ ଓଡିଶା ବିପର୍ଯୟ ପରିଚାଳନା ପ୍ରସ୍ତୁତି ଦିବସ ପାଳିତ ହେଇଯାଇଛି l ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ସେଠି କହିଥିଲେ ଯେ, ବିପର୍ଯୟ ପରିଚାଳନା କ୍ଷେତ୍ରରେ ଓଡିଶା ଏବେ ସାରା ବିଶ୍ଵାପାଇଁ ଏକ ରୋଲ ମଡେଲ l

କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର ଯୋଗଦେଇ 1999 ମସିହା ବାତ୍ୟାର କରାଳ ରୂପ ଓ ସେ ସମୟରେ ତାଙ୍କ ଅନୁଭୂତି ସମ୍ପର୍କରେ ଏବଂ ସେ ବାତ୍ୟା ର ଅନୁଭୂତି ଆଜି ଓଡିଶା କୁ କିପରି ବିପର୍ଯୟ ପରିଚାଳନା ରେ ବଳିଷ୍ଠ କରିଛି ସେ ସମ୍ପର୍କରେ କହିଥିଲେ l

ଏହି ଅବସରରେ ବିପର୍ଯୟ ପରିଚାଳନା କ୍ଷେତ୍ର ରେ ଉଲ୍ଲେଖନୀୟ କାର୍ଯ୍ୟକରିଥିବା ଅଧିକାରୀ ଓ ଏହି ପ୍ରରିପ୍ରେକ୍ଷୀରେ ଆୟୋଜିତ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ l
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅଗ୍ନିଶମ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ଧଳ, ଡେପୁଟି କଲେକ୍ଟର(ଅପାତିକାଳୀନ) ଶ୍ରୀ ଅଶ୍ୱିନୀ କୁମାର ଦାସ,ଓଡ୍ରାଫ ଅଧିକାରୀ, ଓସଡ଼ାମ ଅଧିକାରୀ, ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ବିଦ୍ୟାଳୟ ଛାତ୍ରଛାତ୍ରୀ,ଗଣମାଧ୍ୟମର ପ୍ରତିନିଧି ଓ ସହରର ବୁଦ୍ଧିଜୀବୀଗଣ ଯୋଗଦେଇଥିଲେ l

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.