Take a fresh look at your lifestyle.

ଭୁବନ କଂଗ୍ରେସ ତରଫରୁ ବନ୍ଧୁ ମିଳନ

0 2

Get real time updates directly on you device, subscribe now.

ଭୁବନ : ଭୁବନ ଟାଉନ କଂଗ୍ରେସ ତରଫରୁ ସ୍ଥାନୀୟ ବଣଚଣ୍ଡୀ ପୀଠରେ ଶାରଦୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟାଉନ କଂଗ୍ରେସ ସଭାପତି ମନୋଜ କୁମାର ସାହୁ ଙ୍କ ଅଧ୍ୟକ୍ଷତା ଓ ଜିଲ୍ଲା କଂଗ୍ରେସ କମିଟି ସମ୍ପାଦକ ବିନୋଦ ମହାରଣା ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା କିସାନ୍ କଂଗ୍ରେସ ସଭାପତି ବିପ୍ରବର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତୀତରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ କଂଗ୍ରେସ ର ଦୁର୍ଗ ଭାବେ ପରିଚିତ ଥିଲା ।

ଟାଣୁଆ ନେତା ତଥା ଲୋକପ୍ରିୟ ବିଧାୟକ ସ୍ବର୍ଗତ କୈଳାସ ଚନ୍ଦ୍ର ମହାପାତ୍ର ଙ୍କ ବିୟୋଗ ପରେ କାମାକ୍ଷା ନଗରରେ କଂଗ୍ରେସ ଦୁର୍ବଳ ହୋଇଯାଇଛି । ଏଥିପାଇଁ ସଂଗଠନ ସୁଦୃଢ଼ ଓ ବ୍ୟାପକ କରିବାକୁ ଆହ୍ବାନ ଦେଇଥିଲେ। ବିଜେଡି – ବିଜେପି ଭିନ୍ନ ନୁହନ୍ତି ଅଭିନ୍ନ , ଏବଂ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ।

ଉଭୟ ବିଜେଡି – ବିଜେପି ହେଉଛନ୍ତି କର୍ପୋରେଟ ସରକାର । କେବଳ କଂଗ୍ରେସ ହେଉଛି ଗରିବ ,ଖଟିଖିଆ , ଶ୍ରମିକ,କୃଷକ ଓ ମେହନତି ମଣିଷ ଙ୍କ ସରକାର । ସେଥିପାଇଁ କଂଗ୍ରେସ ର ନାରା ହେଉଛି ” କଂଗ୍ରେସ କା ହାତ, ହମେଶା ଗରିବୋ କା ସାଥ ” ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ କଂଗ୍ରେସ ସଭାପତି ଭାଗିରଥି ଜେନା,ପୂର୍ବତନ ନଗରପାଳ ଯୁଧିଷ୍ଠିର ସାହୁ ଯୋଗଦେଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେଜିଲ୍ଲା କଂଗ୍ରେସ କମିଟି ସମ୍ପାଦକସ୍ୱେତକେତୁ ମିଶ୍ର ଙ୍କ ସମେତଭାଗବତ ନାୟକ, ତୁଷାରକାନ୍ତି ମିଶ୍ର, ହରିହର ସାହୁ, ମନୋରଞ୍ଜନ ନନ୍ଦ, ମିସ୍ଥାଫିଜ ଆଲାମ, ତ୍ରିଲୋଚନ ସାହୁ, ସମର ନାୟକ,ସନ୍ତୋଷ ବିହାରୀ,ଦେବାନନ୍ଦ ସାହୁ, ଗଜେନ୍ଦ୍ର ସାହୁ, ହାଡିବନ୍ଧୁ ସାହୁ, ରାଜ କିଶୋର ପୋଥାଳ ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.